ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ସହିତ ସମୟ ବିତେଇବାର ସୁଯୋଗ ମିଳିବ। ବିଦେଶ ଯିବା ପାଇଁ ଯୋଜନା କରିବେ। ଆପଣଙ୍କ କଥାକୁ ଅଫିସରେ କର୍ତ୍ତୃପକ୍ଷ ସକାରାତ୍ମକତାରେ ନେବେ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରେମ ବ୍ୟାପାର ଲାଗି ସମୟ ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀ ମାତା।

 

ବୃଷ: ଅଫିସରୁ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ। ବ୍ୟବସାୟରେ ଉତ୍‌ଥାନ-ପତନ ଲାଗି ରହିବ। ଲକ୍ଷ୍ୟ ହାସଲ ଲାଗି ବଡ଼ ଼ଭାଇଙ୍କ ସାହାଯ୍ୟ ପାଇବେ। ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ମିଥୁନ: ସମସ୍ତଙ୍କୁ ସଙ୍ଗରେ ନେଇ ଆଗକୁ ବଢ଼ିବାର ଦିନଟିଏ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆଜି ବିଶେଷ କାର୍ଯ୍ୟ ଲାଗି ଯାତ୍ରାରେ ଯିବେ। ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ପାଟଣେଶ୍ୱରୀ।

 

କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆଧ୍ୟାତ୍ମିକ ଚର୍ଚ୍ଚାରେ ଅଧିକ ସମୟ କଟିବ। ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ। ଯାହା ବି କାମ କରିବେ ସହଜରେ ପୂରା ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ ଓ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଆଖଣ୍ଡଳମଣି।

 

ସିଂହ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ। ଆଜି ଆପଣଙ୍କୁ ଭଲ କାମ ଲାଗି ସମ୍ମାନିତ କରାଯିବ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ମଙ୍ଗଳା।

 

କନ୍ୟା: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଫୋନରେ ନିକଟ ସଂପର୍କୀୟଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟରୁ ପ୍ରଚୁର ପରିମାଣର ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ତୁଳା: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

 

 

ବିଛା: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ଚାକିରି ଅନେ୍ଵଷଣରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ପ୍ରସ୍ତାବ ମିଳିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

 

ଧନୁ: କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ। ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ। ଆଜି ଆପଣଙ୍କର ନୂଆ ଲୋକଙ୍କ ସହିତ ପରିଚୟ ହେବ। ପ୍ରତିଯୋଗିତାରେ ସଫଳତା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ହରିଶଙ୍କର।

 

ମକର: ଆଜି ଆପଣ ଏଭଳି କାର୍ଯ୍ୟ କରନ୍ତୁ; ଯାହା ଆପଣ କରିପାରିବେ। ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। ବ୍ୟବସାୟୀ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ନାରାୟଣୀ।

 

କୁମ୍ଭ: ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ବ୍ୟବସାୟ ବୃଦ୍ଧି ଲାଗି ନିକଟ ବନ୍ଧୁ ସହଯୋଗ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

 

ମୀନ: ଆପଣଙ୍କ ଭାଗ୍ୟର ତାରକା ଉଜ୍ଜ୍ଵଳ ରହିବ। ଭାବିଥିବା ସବୁ କାମ ପୂରା ହୋଇଯିବ। କୌଣସି ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର