ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ କାମ ପୂରା ହେବ। ପ୍ରେମରେ ସଫଳତା ମିଳିବ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

ବୃଷ: ଭାଗ୍ୟ ଆପଣଙ୍କୁ ସାଥ ଦେବ। କାରବାରରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ଏବଂ ସଫଳ ହେବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଜୀବନସାଥୀଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମଙ୍ଗଳା।

 

ମିଥୁନ: ଆର୍ଥିକ ମାମଲା ପାଇଁ ଦିନଟି ଭଲ। ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ଚାକିରିଆଙ୍କୁ ଭଲ ପ୍ରସ୍ତାବ ମିଳିବା ଯୋଗ ରହିଛି। ବିବାହିତ ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

କର୍କଟ: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ଆପଣଙ୍କର କିଛି ଆଶା ପୂରା ହେବାର ଯୋଗ ରହିଛି। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିବାର ସମ୍ଭାବନା ରହିଛି। ଅଫିସ୍‌ର କିଛି କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଗାୟତ୍ରୀ।

 

ସିଂହ: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ବ୍ୟବସାୟରେ ଅଂଶୀଦାର ସହିତ ଜରୁରୀ ଆଲୋଚନା କରିବେ। ବୈବାହିକ ଜୀବନ ମଜଭୁତ ହେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

 


କନ୍ୟା: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଅପବ୍ୟୟରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ବ୍ୟବସାୟର ସଉଦା ଲାଗି ଦୂରସ୍ଥାନକୁ ଯିବେ। ଅଫିସରେ କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ଲେଖକଙ୍କୁ ଆଜି ଆପଣଙ୍କ ବିଚାରର ପ୍ରଶଂସା ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ବିଛା: ମାନସିକ ଅଶାନ୍ତିରୁ ମୁକ୍ତି ମିଳିପାରେ। ବ୍ୟବସାୟ ପରିବର୍ତ୍ତନରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ହେବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ର ନିଜର ଗୁରୁଜନଙ୍କ ଠାରୁ ମାର୍ଗ ଦର୍ଶନ ନିଅନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

 

ଧନୁ: ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କୌଣସି କାମରୁ ବଡ଼ ଫାଇଦା ହେବ। ନୂଆ ଘର କିଣିବା ଲାଗି ବିଭିନ୍ନ ସ୍କିମ୍‌ ଉପରେ ଅନୁଧ୍ୟାନ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 


ମକର: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ଆଜି ଆପଣଙ୍କୁ କୌଣସି ବିଶେଷ କଥାର ସୂଚନା ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଲିଙ୍ଗରାଜ।

 


କୁମ୍ଭ: ଦିନଟି ରଚନାତ୍ମକ କାର୍ଯ୍ୟରେ ବିତିବ। ମହତ୍ତ୍ୱପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବ୍ୟବସାୟରେ ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

ମୀନ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ବ୍ୟବସାୟରୁ ପରିଶ୍ରମର ଫଳ ପାଇବେ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

ସମ୍ବନ୍ଧିତ ଖବର