ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ସକାରାତ୍ମକ ଭରା ରହିବ। କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ନୂଆ ଘର କିଣିବା ବା ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ଚାକିରିରେ ପଦୋନ୍ନତି ମିଳିବା ହେତୁ ଆର୍ଥିକ ସ୍ଥିତି ସୁଧୁରିବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

ମିଥୁନ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ। ଉଧାର ଦେଇଥିବା ପଇସା ପାଇବେ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଭଲ ଫଳାଫଳ ମିଳିବାର ଯୋଗ ରହିଛି। ଏକାଗ୍ରତାର ସହିତ କାମ କରନ୍ତୁ, ଉନ୍ନତି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଜୀବନସାଥୀ ଓ ବନ୍ଧୁମାନଙ୍କ ଠାରୁ ସ୍ନେହ ପ୍ରାପ୍ତ କରିବେ। ଛାତ୍ରୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଭୈରବୀ।

ସିଂହ: ଆପଣ ନିଜର ଭାବନା ଓ ବିଚାରକୁ ସକାରାତ୍ମକ ରଖନ୍ତୁ। ଅଧିକାରୀବର୍ଗଙ୍କ ସହିତ ମତଭେଦ ହୋଇପାରେ। କାରବାରରେ ଆଜି ଆପଣଙ୍କ ଯୋଜନା ଗୁପ୍ତ ରଖିଲେ ସଫଳତା ପାଇବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।


କନ୍ୟା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କାରବାରରେ କିଛି ଏଭଳି କଥା ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ହେବ। ସାମାଜିକ ସମାରୋହରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆପଣଙ୍କ ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। କ୍ରିକେଟ ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଅବିବାହିତାଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆପଣଙ୍କର ସବୁ ପ୍ରୟାସ ସଫଳ ହେବ। ଆପଣଙ୍କ ବ୍ୟବହାର ଦେଖି ଶତ୍ରୁ ବି ବନ୍ଧୁ ହୋଇଯିବେ। ଚାକିରି ତଲାସରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ମିଳିବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ।

ଧନୁ: ଆଜି ଆପଣ ଦ୍ଵିଧାରେ ରହିବେ। ମନ କିଛି କହିବ ଆଉ ହୃଦୟ କିଛି କହିବ। ରହସ୍ୟ ବିଦ୍ୟା ଶିକ୍ଷା ଲାଗି ରୁଚି ବଢ଼ିବ। ପାରିବାରିକ ସମସ୍ୟା ନେଇ ଆପଣ ବିଚଳିତ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କଟକଚଣ୍ଡୀ।


ମକର: ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ। ଅଫିସରେ ସହକର୍ମୀଙ୍କ ଉପରେ ନାରାଜ ହୁଅନ୍ତୁନାହିଁ। ପାରିବାରିକ ମାମଲାରେ ବଡ଼ ଫଇସଲା ନେଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଆଖଣ୍ଡଳମଣି।


କୁମ୍ଭ: ଅତ୍ୟଧିକ ଆତ୍ମବିଶ୍ୱାସରୁ ନିଜ କାମରେ ସଫଳତା ମିଳିବ। ସଉଦାରୁ ଯଥେଷ୍ଟ ଲାଭ ହେବ। ଚାକିରିଆଙ୍କ ପାଇଁ ଦିନଟି ଭଲ। ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ଵ ମିଳିବା ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାମ ସହଜରେ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ନ୍ୟାୟିକ ମାମଲାରେ ଆରାମ ପାଇବେ। ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ। ଛାତ୍ରୀଙ୍କୁ ଲେଖାପଢ଼ାରେ ସହପାଠୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

ସମ୍ବନ୍ଧିତ ଖବର