ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଭଲ ଫାଇଦା ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ବୃଷ: ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ବଜାରରେ ଅଟକିଥିବା ପଇସା ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ଵ ମିଳିପାରେ। ଜୀବନସାଥୀଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।


ମିଥୁନ: ଦିନଟି ବିଷାଦଗ୍ରସ୍ତ ରହିବ। କୌଣସି ବିବାଦ କିମ୍ବା ମକଦ୍ଦମାରେ ଜଟିଳତା ବଢ଼ିପାରେ। ଭୂସଂପତ୍ତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ ଶୁଣନ୍ତୁ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସନ୍ତୋଷୀ ମାତା।

କର୍କଟ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ବହୁ ଦିନର ସ୍ୱପ୍ନ ସାକାର ହେବ। ପରିବାରରେ ଖୁସିର ମାହୋଲ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସିଂହ: ଡାକ୍ତରଙ୍କ ପାଇଁ ଦିନଟି ଭଲ। ମାନସିକ ଶାନ୍ତି ଅନୁଭବ କରିବେ। ଚାକିରିରେ ବଡ଼ ସଫଳତା ମିଳିବା ଯୋଗ ରହିଛି। ବିଲ୍‌ଡରଙ୍କୁ ଅଚାନକ ଯଥେଷ୍ଟ ଲାଭ ହେବ। ଜୀବନସାଥୀ ଓ ବନ୍ଧୁମାନଙ୍କ ଠାରୁ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।


କନ୍ୟା: ଆପଣଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ଘର ବା ଅଫିସକୁ ସଜାଇ ନୂତନତ୍ଵ ଆଣିବେ। ବଡ଼ ଭାଇଙ୍କ ସହଯୋଗ ପାଇବେ। ପୁରୁଣା ଚିନ୍ତା ସମାପ୍ତ ହେବ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ପ୍ରେମ ସଂପର୍କ ନିବିଡ଼ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।


ତୁଳା: ଅଫିସରେ ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ଲୋଡ଼ାଯିବ। ସ୍ଥଗିତ ଥିବା କାମ ବନ୍ଧୁ ଓ ସହକର୍ମୀଙ୍କ ସହାୟତା ପାଇ କରିନେବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

ବିଛା: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କ ବ୍ୟକ୍ତିତ୍ଵରେ ଲୋକେ ପ୍ରଭାବିତ ହେବେ। କୌଣସି କାମରୁ ଯଥେଷ୍ଟ ଲାଭ ମିଳିବ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଆପଣଙ୍କର ସ୍ଥଗିତ ଥିବା ଯୋଜନା ପୂରା ହେବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଜମି କିଣିବା ଲାଗି ଭଲ ଦିନଟିଏ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ର ନିଜର ଗୁରୁଜନଙ୍କ ଠାରୁ ମାର୍ଗ ଦର୍ଶନ ନିଅନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ମକର: ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କୌଣସି କାମରୁ ବଡ଼ ଫାଇଦା ହେବ। ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଚନ୍ଦନେଶ୍ୱର।


କୁମ୍ଭ: ପଡ଼ୋଶୀଙ୍କ ଠାରୁ ଭଲ ଖବର ଶୁଣିବେ। କାମ ପ୍ରତି ସଚେତ ରହନ୍ତୁ। ସନ୍ତାନଙ୍କ କ୍ୟାରିୟର ଲାଗି ବଡ଼ଙ୍କର ପରାମର୍ଶ ନିଅନ୍ତୁ। ଅଫିସରେ କୌଣସି ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ପ୍ରତିଟି କାମରେ ମନ ଲାଗିବ। ଭାଇ ଓ ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ। ଜମି ଓ କାନୁନ ବିବାଦର ସମାଧାନ ହେବ। ବ୍ୟବସାୟରେ ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

ସମ୍ବନ୍ଧିତ ଖବର