ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଲାଗି ଦିନଟି ଅନୁକୂଳ ରହିବ। ପୁରୁଣା ଚିନ୍ତା ଦୂର ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀଙ୍କ ସହିତ ଦୃଢ଼ ମୁକାବିଲା କରିବେ। ବ୍ୟବସାୟରେ ଭଲ ଧନଲାଭ ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ବୃଷ: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବ୍ୟବସାୟର ନୂଆ ପ୍ରସ୍ତାବରୁ ଲାଭ ମିଳିବା ଯୋଗ ରହିଛି। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

ମିଥୁନ: ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଅଧିକ ଲାଭ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ। ଆର୍ଥିକ ଲାଭ ହେବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ପରିବାରରେ ଅଶାନ୍ତି ଦୂର ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

ସିଂହ: ଦିନଟି ଅଶାନ୍ତିରେ ଭରା ରହିବ। ନିଜ ଭାବନାରେ ସକାରାତ୍ମକତା ବଜାୟ ରଖନ୍ତୁ। ଆର୍ଥିକ ପକ୍ଷ ଦୁର୍ବଳ ହେବାରୁ ଜରୁରୀ କାମ ଅଧାରେ ଅଟକିବ। ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଅଫିସରେ ଆପଣଙ୍କୁ ପ୍ରଶଂସା ମିଳିବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ମିଶି ପାରନ୍ତି। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।


ତୁଳା: ଦିନଟି ଖୁସି ଭରା ରହିବ। ନୂଆ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭଦାୟକ ହେବ। ରାଜନୀତିରେ ଥିବା ବ୍ୟକ୍ତି ମାନ-ସମ୍ମାନ ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ବିଛା: ସକାରାତ୍ମକ ଭାବନାରେ ରହିଲେ ହିିଁ କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। କାରବାରରେ କିଛି ଏଭଳି କଥା ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ହେବ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବଗଳାମୁଖୀ।

ଧନୁ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆଜି ଆପଣ ନିଜର ଲୋକଙ୍କୁ ସାହାଯ୍ୟ କରିବେ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ଛାତ୍ରୀମାନଙ୍କୁ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବାକୁ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ସାମାଜିକ କ୍ଷେତ୍ରରେ ଯଶ ବୃଦ୍ଧି ହେବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।


କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ମିତ୍ରଙ୍କ ସହଯୋଗରେ ଆପଣଙ୍କର ଉନ୍ନତି ହେବ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ମୀନ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର