ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଛାତ୍ରଙ୍କ ଲାଗି ଦିନଟି ଖୁବ୍‌ ଶୁଭ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା କପିଳାସ।

ବୃଷ: ଆଜି ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ସମସ୍ୟାର ସମାଧାନ କରିନେବେ। ବଡ଼ କଂପାନି ସହିତ ସଉଦା ହେବାର ସମ୍ଭାବନା ରହିଛି। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କର ଅଧ୍ୟୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ମନରେ ପ୍ରସନ୍ନତା ବଜାୟ ରହିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଅଫିସରେ ଅଧିକାରୀବର୍ଗଙ୍କ ସହଯୋଗ ମିଳିବ। ଘରୋଇ ଜିନିଷପତ୍ର କିଣିବା ପାଇଁ ବଜାରକୁ ଯିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଭାଗ୍ୟର ଦ୍ଵାର ଖୋଲିପାରେ। ଆଜି ଆପଣଙ୍କୁ କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ପୁଞ୍ଜି ବଜାରରେ ଅର୍ଥନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସିଂହ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ପରିଶ୍ରମୀ ଲୋକଙ୍କୁ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ଇଷ୍ଟଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ପ୍ରତିଷ୍ଠା ପ୍ରସିଦ୍ଧି ପ୍ରାପ୍ତ କରିବେ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।


ତୁଳା: ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ଧନ ସଂପଦ ମାମଲାରେ ପ୍ରୟାସରେ ସଫଳ ହେବେ। ପାରିବାରିକ ଜୀବନରେ ଖୁସିର ମାହୋଲ ବଜାୟ ରହିବ। ସ୍ୱାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ୱରୀ।

 

ବିଛା: ବେପାର ଉଦ୍ୟୋଗରେ ଠିକ ସମୟର ସଠିକ ନିର୍ଣ୍ଣୟ ନେବେ। ବନ୍ଧୁଙ୍କ ମଧ୍ୟରେ ଚର୍ଚ୍ଚିତ ବନି ରହିବେ। ଠିକାଦାରୀ କରୁଥିବା ବ୍ୟକ୍ତିଙ୍କୁ ଲାଭ ହେବ। ପରିବାରର ସବୁ ସଦସ୍ୟ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ଧନୁ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଦୃଢ଼ ନିଷ୍ପତ୍ତି ନେବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ବ୍ୟବସାୟରେ ଆଜି ଉତ୍‌ଥାନ-ପତନ ଲାଗି ରହିବ। ସନ୍ଧ୍ୟାରେ ପତ୍ନୀଙ୍କ ସହିତ ହୋଟେଲଙ୍କୁ ଭୋଜନ ପାଇଁ ଯାଆନ୍ତୁ, ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ମକର: ଅର୍ଥଲାଭ ପାଇଁ ଶୁଭ ଦିନଟିଏ। କାମ ଓ ପରିଶ୍ରମରୁ ପୂରା ଲାଭ ମିଳିବ। ପୁରୁଣା ବିବାଦରୁ ଆପଣଙ୍କୁ ଆରାମ ମିଳିବ। ଆର୍ଥିକ ସ୍ଥିତି ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।


କୁମ୍ଭ: ଦିନଟି ଆପଣଙ୍କ ଲାଗି ସ୍ମରଣୀୟ। ଭାଗ୍ୟ ଆପଣଙ୍କ ସହିତ ପାଦ ମିଶାଇ ଚାଲିବ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଆଇନକାନୁନ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଆପଣଙ୍କ ଅଫିସ କାମ ପାଇଁ ଭଲ ଦିନଟିଏ। କର୍ତ୍ତୃପକ୍ଷଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ କାଳୀଜାଈ।

ସମ୍ବନ୍ଧିତ ଖବର