ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନରେ କୌଣସି ପରିବର୍ତ୍ତନ ଉପରେ ବିଚାର କରିବେ। ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମହିଳାଙ୍କୁ ପରିବାରର ପୂରା ସହଯୋଗ ମିଳିବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ବୃଷ: ଆଜି ସବୁ କିଛି ଠିକ୍‌ଠାକ୍‌ ରହିବ। ବେପାରିବର୍ଗଙ୍କର ସ୍ଥଗିତ ଥିବା କାମ ଦ୍ରୁତଗତିରେ ଆଗକୁ ବଢ଼ିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

ମିଥୁନ: ଧର୍ମକାର୍ଯ୍ୟରେ ରୁଚି ବିଢ଼ିବ। ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହୋଇପାରନ୍ତି। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଆପଣଙ୍କର ସକାରାତ୍ମକ ବିଚାର ପାଖଆଖର ବାତାବରଣକୁ ସକାରାତ୍ମକ କରି ରଖିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଅଚାନକ ଧନଲାଭ ହେବ। ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଗାୟତ୍ରୀ।

ସି˚ହ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହଛି। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଜମି କିମ୍ବା ନୂଆ ଘର କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଇଚ୍ଛା ପୂରା କରିବାର ପ୍ରୟାସରେ ସଫଳ ହେବେ। ସାଥୀରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆଜି କିଛି ନୂଆ କାମ କରି ପାରନ୍ତି। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ରାଜନୀତିରେ ବଡ଼ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

 

ବିଛା: ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ପିତା-ମାତା କୌଣସି ଜରୁରୀ କାମ ପୂରା କରିନେବେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ଧନୁ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣ ନିଜର ଲକ୍ଷ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। କର୍ମଜୀବି ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ଆପଣ ପିଲା ମାନଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମକର: ଆଜି ପୂରା ଦିନ ମନ ପ୍ରସନ୍ନ ରହିବ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର କରିଦେବେ। କାରବାରରେ ଧନଲାଭ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ବିଦ୍ୟର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଆଖଣ୍ତଳମଣି।

କୁମ୍ଭ: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଆପଣଙ୍କ ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ମୀନ: ଆଜି ଆପଣ ପ୍ରେମ ହିଁ ପ୍ରେମ ବାଣ୍ଟିବେ। ସମୟ ଆପଣଙ୍କୁ ଅବଶ୍ୟ ସାଥ ଦେବ। ଆପଣ କିଛି ଏଭଳି କାମ କରିବେ ଯାହା ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଘର ପାଇଁ ଜରୁରୀ ଜିନିଷ କିଣିବେ। ପତି-ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର