ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ବଡ଼ ବ୍ୟବସାୟ ଗ୍ରୁପରେ ଭାଗୀଦାରି ହୋଇପାରନ୍ତି। ଅଫିସ୍ କାମରେ ସହର ବାହାରକୁ ଯାଇପାରନ୍ତି। ପ୍ରେମିକାଙ୍କୁ କିଛି ଉପହାର ଦିଅନ୍ତୁ, ସମ୍ବନ୍ଧରେ ଆହୁରି ମଧୁରତା ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟ ସମ୍ବନ୍ଧରେ ବଡ଼ ଫଇସଲା ନେଇପାରନ୍ତି। ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ମିଥୁନ: ସ୍ଥଗିତ ଥିବା କାମରେ ସମାଧାନ ମିଳିବା ହେତୁ ମାନସିକ ଶାନ୍ତି ଅନୁଭବ କରିବେ। ଭାଇ ଭଉଣୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କୌଣସି ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ପୂଜା-ପାଠରେ ଅଧିକ ସମୟ ବିତିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଉନ୍ନତି ଲାଗି ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଛାତ୍ରଙ୍କୁ କୌଣସି ମିତ୍ରଙ୍କର ସାହାଯ୍ୟ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଗାୟତ୍ରୀ।

ସି˚ହ: କୌଣସି ନା କୌଣସି ସମସ୍ୟାର ମୁକାବିଲା କରିବେ। ଏକାଗ୍ରତା ସହିତ କାମ କରନ୍ତୁ, ପରିଶ୍ରମର ଫଳ ପାଇବେ। କୋର୍ଟ କଚେରି ମାମଲା ବଢ଼ିଆ ଭାବେ ପୂରା ହେବ। ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଅମ୍ବିକା।

କନ୍ୟା: ନିଜର ମହତ୍ବକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ। ଆମଦାନି ଲାଗି ନୂଆ ମାଧୢମ ଦୃଷ୍ଟି ଗୋଚର ହେବ। ଇ˚ଜିନିଅରଙ୍କ ଲାଗି ପଦୋନ୍ନତିର ସୁଯୋଗ ଆସିବ। ରାଜନୀତିକ ନେତାମାନଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତେଷୀମାତା।

ତୁଳା: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। କ୍ୟାରିଅର ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। ଘରକୁ ଅତିଥି ଆସିବା ହେତୁ ପରିବାରରେ ଖୁସିର ବାତାବରଣ ରହିବ। ଛାତ୍ରଙ୍କ କ୍ୟାରିଅରରେ ବଡ଼ ସଫଳତା ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀଗଣେଶ।

 

 

ବିଛା: ଦିନଟି ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ। ସରକାରୀ କାମରେ କୌଣସି ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ। କୌଣସି ଭଲ ଖବର ମିଳିବାର ସମ୍ଭାବନା। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ମଙ୍ଗଳା।

ଧନୁ: କାରବାର ଲାଗି ଆଜି ଦିନଟି ଭଲ। ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

ମକର: ପ୍ରତ୍ୟେକ କାମରେ ସାବଧାନ ରହିବା ଜରୁରୀ। ଆର୍ଥିକ ପକ୍ଷ ଦୁର୍ବଳ ହେବାରୁ ପରିବାରରେ ଅଶାନ୍ତି ଦେଖାଦେବ। ବ୍ୟାବସସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଗୁପ୍ତେଶ୍ବର।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଲାଗିରହିଥିବା କୌଣସି ସମସ୍ୟାର ସମାଧାନ ହେବ। ଅଫିସରେ ଭଲ ଢ଼ଙ୍ଗରେ କାମ କରିବେ। ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ମୀନ: ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। କିଛି ଲୋକଙ୍କ ଠାରୁ ଭରପୂର ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଉତ୍ତମ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର