ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କାର୍ଯ୍ୟକ୍ଷେତ୍ରରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପରିବାର ଲୋକଙ୍କର ଆପଣଙ୍କ ଠାରୁ କିଛି ଆଶା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ବୃଷ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଆଇନକାନୁନ ମାମଲା ସମାଧାନ ହୋଇପାରେ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିବ। ଆପଣଙ୍କ ଦାଂପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। ସୁଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ହର ପାର୍ବତୀ।

ମିଥୁନ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆଜି ଆପଣଙ୍କୁ କିଛି ମୁସ୍କିଲର ସାମନା କରିବାକୁ ପଡ଼ିପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଆପଣଙ୍କର ପାରିବାରିକ ଦାୟିତ୍ବ ବଢ଼ିପାରେ। ଶୁଭରଙ୍ଗ: ସବୁଜ ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଦିନଟି ଖୁସି ଭରା ରହିବ। ହୋଟେଲ ପରିଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭ ହେବ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: କ୍ୟାରିଅରରେ ଆପଣଙ୍କର ବଢ଼ିଆ ସୁନିଶ୍ଚିତ ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। କୌଣସି ମିତ୍ରଙ୍କ ସହିତ ଲାଗି ରହିଥିବା ତିକ୍ତତା ଶେଷ ହେବ। ଆପଣ ନିଜର ସ୍ବାସ୍ଥ୍ୟରେ ଧୢାନ ରଖିବା ଦରକାର। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। କାରବାରରେ କୌଣସି ଜରୁରୀ କାମ ପୂରା ହେବ। ବାଣିଜ୍ୟ ଛାତ୍ରଙ୍କୁ ମନ ମୁତବାକ କାର୍ଯ୍ୟ ମିଳିବ। ଚକ୍ଷୁରେ ଲାଗି ରହିଥିବା ପୀଡ଼ାର ଉପଶମ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଆପଣ ଭାବୁଥିବା କାର୍ଯ୍ୟର ଗତି ମଜଭୁତ ହେବ। ଯେଉଁ ଛାତ୍ରମାନେ ପାର୍ଟ-ଟାଇମ୍ ଚାକିରି କରିବା ଲାଗି ଭାବୁଛନ୍ତି, ସେମାନଙ୍କୁ ଭଲ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀମାତା।

 

ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ନଜର ଆସିବ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଦାଂପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁ: ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳିଯିବ। ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ସୂର୍ଯ୍ୟଦେବ।

ମକର: ଆପଣଙ୍କ ମନ ଖୁସି ରହିବ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ଶୁଭ ରହିବ। ଆପଣଙ୍କର କୌଣସି କାମ ଲାଗି ସମ୍ମାନିତ ହେବେ। ଜୀବନସାଥୀଙ୍କ ଠାରୁ ସୁଖ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆଜି ଆପଣଙ୍କର ଧୢାନ ପୂଜାପାଠରେ ଲଗାଇବେ। ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହିଁ। ବିଦେଶ ଯିବା ପାଇଁ ଯୋଜନା କରିବେ। କୌଣସି କଥାକୁ ନେଇ ଅଶାନ୍ତିରେ ଥିଲେ, ସାଥୀଙ୍କୁ ଜଣାନ୍ତୁ ମନ ହାଲୁକା ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଶାରଳା।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ସତ୍ୟର ସାଥ ଦେବେ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। ମିତ୍ରଙ୍କ ସହିତ ମନୋରମ ସ୍ଥାନକୁ ଭ୍ରମଣରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର