ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କୌଣସି କାମରେ ଯଥେଷ୍ଟ ବ୍ୟସ୍ତ ରହିପାରନ୍ତି। କାନୁନ ବିବାଦ ସମାଧାନ କରିବାରେ ସଫଳତା ମିଳିବ। ବ୍ୟବସାୟରେ ନୂଆ ନେଣଦେଣ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ବାବା କପିଳାସ।

ବୃଷ: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ସ˚ଚାର ହେବ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ। କାର୍ଯ୍ୟ କ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାବର୍ତୀ।

ମିଥୁନ: କାମ ଅଧିକ ଲାଭ କମ୍‌ ମିଳିବାର ଆଶା ରହିଛି। ଆପଣ କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି। ବ୍ୟବସାୟରେ ଭଲ ସଉଦା ହେବାର ସମ୍ଭାବନା। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

କର୍କଟ: ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଆପଣଙ୍କର ପୂରା ଧୢାନ କ୍ୟାରିଅରର ଆଗକୁ ବଢ଼ାଇବାରେ ରହିବ। ଦାଂପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ସି˚ହ: ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସାଥ ମିଳିବ। ସବୁ ଲୋକ ଆପଣଙ୍କ କାମରେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ଜୀବନସାଥୀଙ୍କ ଭାବନାକୁ ଆଦର କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଦୁର୍ଗା।

କନ୍ୟା: ଆପଣ କୌଣସି ପୁରୁଣା କଥାକୁ ନେଇ ଉଦ୍‌ବେଗରେ ରହିପାରନ୍ତି। ଧନ ସ˚ପଦ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ଅଫିସ କାମରେ କୌଣସି ଆହ୍ବାନ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆର୍ଥିକ ଲାଭ ପାଇଁ ଶୁଭ ଦିନଟିଏ। ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଜୀବନସାଥୀ କୌଣସି କାମ ଲାଗି ଆପଣଙ୍କୁ ପ୍ରଶ˚ସା କରିବେ। ରାଜନୀତିରେ ମନୋକାମନା ପୂରା ହେବ। ଘରକୁ ଅଚାନକ ଅତିଥି ଆସିପାରନ୍ତି। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ବାବା ଗୁପ୍ତେଶ୍ବର।

ବିଛା: ଖୋଦକୁ ଊର୍ଜାବନ ଅନୁଭବ କରିବେ। ଆପଣଙ୍କର ଭାବିଥିବା କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ରହିବ। ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାଂପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ଧନୁ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ। ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କ ଲାଗି ଦିନଟି ଲାଭକାରୀ ରହିବ। ଆପଣଙ୍କର ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

ମକର: ଜୀବନସାଥୀଙ୍କ ସହିତ କୌଣସି ବିଷୟ ଉପରେ ଆଲୋଚନା କରିବେ। ଅଫିସ ମହଲରେ ଆପଣଙ୍କୁ କଷ୍ଟ ହୋଇପାରେ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଆପଣଙ୍କର ଜୀବନସାଥୀ କୌଣସି କାମରେ ସହଯୋଗ କରିବେ। ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି। ହ୍ବାଟସପ୍‌ରେ ବନ୍ଧୁମାନଙ୍କ ସହିତ ଚାଟିଙ୍ଗ୍‌ରେ ଅଧିକ ସମୟ ବିତେଇବେ। ରାତିରେ ନିଦ ଭଲ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆପଣଙ୍କ ଊର୍ଜାର ସ୍ତର ବଢ଼ିଆ ରହିବ। ଆପଣଙ୍କୁ ଏକକାଳୀନ ଅନେକ କାମ ସମ୍ଭାଳିବାକୁ ପଡ଼ିବ। ପୈତୃକ ସ˚ପତ୍ତିର ଭାଗବଣ୍ଟା ଆପଣଙ୍କ ପକ୍ଷରେ ରହିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର