ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଊର୍ଜା ଓ ପ୍ରେରଣାରେ ଭରି ରହିବେ। ବହୁ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ନୂଆ ଦାୟିତ୍ବ ଆପଣଙ୍କୁ ତୁରନ୍ତ ମିଳିବ। ଆପଣଙ୍କ ବିନମ୍ର ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। କୌଣସି ନିକଟ ସ˚ପର୍କିୟଙ୍କ ଠାରୁ ଖୁସି ଖବର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ମିଥୁନ: ଆପଣ ପ୍ରତ୍ୟେକ ଅସମ୍ଭବକୁ ସମ୍ଭବ କରିବାରେ ବଳ ରଖିବେ। ପରିବାରରେ ମଧୁରତା ସହିତ ଆତ୍ମବିଶ୍ବାସ ବି ବଢ଼ିବ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ବେପାର କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ନୂଆ ବାହନ କିଣିବା ଯୋଗ ରହିଛି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

କର୍କଟ: ଆପଣଙ୍କ ଆଖପାଖରେ ବହୁତ ସୁଖଦ ଓ ମଧୁର ବତାବାରଣ ରହିବ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। କାରବାରରେ ଆପଣଙ୍କୁ ଲାଭ ହେବ। ପ୍ରିୟ ବନ୍ଧୁଙ୍କ ସହିତ ମଧୢାହ୍ନ ଭୋଜନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କୁ ଆର୍ଥିକ ଲାଭର ଭଲ ଅବସର ମିଳିବ। ଅଫିସରେ କାମକୁ ପୂରା କରିବାରେ ସକ୍ଷମ ହେବେ। କାହାରିକୁ ଆପଣଙ୍କ ଠାରୁ ଆଶାଠୁଁ ଅଧିକ ଅପେକ୍ଷା ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ଆପଣଙ୍କର ମନ ଆଧୢାତ୍ମିକ କାର୍ଯ୍ୟରେ ଅଧିକ ଲାଗି ରହିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଆପଣଙ୍କ ନିଜର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। କୌଣସି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ପାଇବେ। ପରିବାର ଲୋକଙ୍କ ଠାରୁ ପୂରା ସ୍ନେହ ଓ ସହଯୋଗ ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଭାବିଥିବା କାମ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ବଢି଼ଆ ଚାକିରି ମିଳିବ। ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ଖୁସି ପ୍ରାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଦିନଟି ଆପଣଙ୍କୁ ଖୁବ୍ ଫାଇଦା ଦେବ। ପ୍ରତିଷ୍ଠାରେ ବୃଦ୍ଧି ଆଣିବା ଲାଗି ସୁଯୋଗ ମିଳିବ। ବ୍ୟବସାୟ ମାମଲାରେ ନୂଆ ନୂଆ ବିଚାର ଆସିବ। ଚାକିରିଆଙ୍କୁ ଭଲ ଖବର ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ମକର: ଆପଣ କୌଣସି ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ବିତ୍ତୀୟ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ଆପଣଙ୍କର ସନ୍ତାନଙ୍କ ସ୍ବାସ୍ଥ୍ୟ ପ୍ରତି ଧୢାନ ରଖିବା ଦରକାର। ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା ଲିଙ୍ଗରାଜ।

କୁମ୍ଭ: ଆପଣଙ୍କର ଇଚ୍ଛା ପୂର୍ତ୍ତି ହେବ। ଧନ ମାମଲାରେ ସ୍ଥିତି ଠିକ୍‌ ରହିବ। କୌଣସି ମିତ୍ରଙ୍କୁ ସାହାଯ୍ୟ କରିବାର ଅବସର ମିଳିବ। କ˚ପ୍ୟୁଟର ଇ˚ଜିନିଅରଙ୍କୁ ବଡ଼ କ˚ପାନିରେ ଚାକିରର ପ୍ରସ୍ତାବ ମିଳିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆଜି ଆପଣଙ୍କୁ ଊର୍ଜା ଭରା ଅନୁଭବ କରିବେ। ଗମ୍ଭୀର କଥାବର୍ତ୍ତାରେ ସଫଳତା ମିଳିବାର ସମ୍ଭାବନା। ବ୍ୟବସାୟ କାର୍ଯ୍ୟ ପାଇଁ ଦିନଟି ବଢ଼ିଆ ରହିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସମ୍ବନ୍ଧିତ ଖବର