ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ସକାରାତ୍ମକ ବ୍ୟବହାରରେ ଆପଣ ଲୋକମାନଙ୍କୁ ପ୍ରଭାବିତ କରିବେ। ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ସଙ୍ଗୀତ ଶୁଣିବାକୁ ମନରେ ଆଗ୍ରହ ବଢ଼ିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ବାବା କପିଳାସ।

ବୃଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ଅଫିସରେ ବଡ଼ ଅଧିକାରୀମାନଙ୍କ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ବ୍ୟବସାୟୀ କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ନିଜକୁ ଊର୍ଜାବାନ ଅନୁଭବ କରିବେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଚାକିରି ବୃତ୍ତିରେ ଲାଗି ରହିଥିବା ବିଶୃଙ୍ଖଳା ହ୍ରାସ ହେବ। ଆପଣଙ୍କର ଦାଂପତ୍ୟ ଜୀବନ ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

କର୍କଟ: ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ। କୌଣସି ବ୍ୟକ୍ତିଙ୍କଠାରୁ ଆପଣଙ୍କୁ ଅଧିକ ଫାଇଦା ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ। ଅନୁଭବୀଙ୍କ ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। କବିମାନେ ନୂଆ କବିତା ରଚନା କରିବେ। ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

କନ୍ୟା: କୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପଇସା ସମ୍ବନ୍ଧିତ ବଡ଼ ଫଇସଲା ଭାବିଚିନ୍ତି ନିଅନ୍ତୁ। ଆପଣ ରାଜ୍ୟ ବାହାରକୁ ଯାତ୍ରାରେ ଯାଇପାରନ୍ତି। କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ଠାରୁ ଫାଇଦା ନେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଦିନଟି ଖୁସିରେ ଭରା ରହିବ। ମିତ୍ରଙ୍କର ପୂରା ସହଯୋଗ ମିଳିବ। ଅଫିସ କାମକୁ ପୂରା ସକ୍ଷମ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ବେପାର ବଣିଜକୁ ବଢ଼ାଇବା ଲାଗି ମିତ୍ରଙ୍କ ଠାରୁ ସାହାଯ୍ୟ ପାଇବେ। ପରିବାରର ଲୋକମାନଙ୍କ ସହିତ ସୁଖଦ ସମୟ ବିତେଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ଧନୁ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମହିଳାମାନଙ୍କୁ ଖାସ୍‌ ଖୁସି ଖବର ମିଳିବ। ବିବାହିତଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ମକର: ଆପଣ ନିଜର ଦୈନନ୍ଦିନ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହିତ କୌଣସି ବିଷୟ ଉପରେ ଅଧିକ ସମୟ ଧରି କଥାବାର୍ତ୍ତା ହେବେ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

କୁମ୍ଭ: ଆପଣ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ସୌଭାଗ୍ୟ ଲକ୍ଷସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବନାହିଁ। କାରବାରରେ ଆପଣଙ୍କୁ ଫାଇଦା ହେବ। ଆପଣଙ୍କ ଘରୋଇ କାମ ଭଲରେ ପୂରା ହେବ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀମାତା।

ମୀନ: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ବ୍ୟବସାୟ କାମରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ। ଅଫିସରେ ଆପଣଙ୍କ କାମକୁ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଦାଂପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିମଳା।

ସମ୍ବନ୍ଧିତ ଖବର