ଜାଣନ୍ତୁ ଆଜିର ରାଶିଫଳ

ମେଷ: କିଛି ଦିନ ଆଗରୁ ସ୍ଥଗିତ ଥିବା କାମରେ ସଫଳତା ମିଳିପାରେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଛାତ୍ରୀମାନେ ଲେଖାପଢ଼ା ଲାଗି ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୮।

ବୃଷ: ଆପଣଙ୍କ ଜୀବନ ମହତ୍ତ୍ବପୂର୍ଣ୍ଣ ମୋଡ଼ ନେବ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ମିଥୁନ: ମାନସିକ ସ୍ତରରେ ଅଶାନ୍ତି ମୁକ୍ତ ରହିବେ। ଜୀବନସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟରୁ ଲାଭ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

କର୍କଟ: ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। ଭାବିଥିବା ସବୁ କାମ ପୂରା ହୋଇଯିବ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଶୁଭସ˚ଖ୍ୟା: ୬।

ସି˚ହ: ଆପଣ ନୂଆ ଲୋକଙ୍କ ସହିତ ମିଶିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ରାଜନୈତିକ ସ˚ପର୍କରୁ ଫାଇଦା ହେବ। ବ୍ୟବସାୟରେ ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮।

କନ୍ୟା: ଚାକିରିଜୀବୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଆପଣଙ୍କର ସକାରାତ୍ମକ ବିଚାର ପାଇଁ କର୍ତ୍ତୃପକ୍ଷଙ୍କ ଠାରୁ ଉପହାର ମିଳିପାରେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ତୁଳା: କିଛି କାମ ସମୟରେ ପୂରା ହେବ। ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେତୁ କ୍ୟାରିୟରରେ ପରିବର୍ତ୍ତନ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୧।

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଅଫିସରେ ଆପଣଙ୍କର କାମ ଦେଖି କର୍ତ୍ତୃପକ୍ଷ ଖୁସି ରହିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।

ଧନୁ: ଜରୁରୀ କାମରେ ମାତାପିତାଙ୍କ ସହଯୋଗ ପାଇବେ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୧।

ମକର: କୌଣସି କାମରେ ଏଣେତେଣେ ଦୌଡ଼ିବାକୁ ପଡ଼ିବ। ପାରିବାରିକ ମାମଲାରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

କୁମ୍ଭ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ଚାକିରିଜୀବୀଙ୍କୁ ନୂଆ ପରିଯୋଜନା ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ। ଖେଳାଳିମାନେ ପୁରସ୍କୃତ ହେବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

ମୀନ: କିଛି ଦିନରୁ ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିପାରେ। ଚାକିରିଜୀବୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଉଚ୍ଚ ପଦାଧିକାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

ସମ୍ବନ୍ଧିତ ଖବର