ଜାଣନ୍ତୁ ଆଜିର ରାଶିଫଳ

ମେଷ: କିଛି ନୂଆ କାମ କରି ପାରନ୍ତି। କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।

ବୃଷ: ଅଫିସ୍‌ରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ପିତା ମାତା କୌଣସି ଜରୁରୀ କାମ ପୂରା କରିନେବେ।

ମିଥୁନ: ନିଜର ଲକ୍ଷ୍ୟ ହାସଲ ପାଇଁ ଯୋଜନା କରିବେ। କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ଦିନଟି ଭଲରେ କଟିବ।

କର୍କଟ: କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିନେବେ। କାରବାରରେ ଧନଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ସି˚ହ: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଲୋକଙ୍କ ଉପରେ ଆପଣଙ୍କ ପ୍ରଭାବ ପଡ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।

କନ୍ୟା: ଆଜି ଆପଣ ପ୍ରେମ ହିଁ ପ୍ରେମ ବାଣ୍ଟିବେ। ଏଭଳି କିଛି କାମ କରିବେ ଯାହା ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ଦେବ।

ତୁଳା: ଜୀବନରେ କୌଣସି ପରିବର୍ତ୍ତନ ଉପରେ ବିଚାର କରିବେ। ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମହିଳାଙ୍କୁ ପରିବାରର ପୂରା ସହଯୋଗ ମିଳିବ।

ବିଛା: ଆଜି ସବୁ କିଛି ଠିକ୍‌ଠାକ୍‌ ରହିବ। ବେପାରୀ ବର୍ଗଙ୍କ ସ୍ଥଗିତ ଥିବା କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କ ଲାଗି ଭଲ ଦିନଟିଏ।

ଧନୁ: ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ। ଅଫିସ୍‌ରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହୋଇପାରନ୍ତି। ବ୍ୟବସାୟରେ ବଡ଼ ସଉଦା ହୋଇପାରେ।

ମକର: ଆପଣଙ୍କର ସକାରାତ୍ମକ ବିଚାର ପାଖଆଖର ବାତାବରଣକୁ ସକାରାତ୍ମକ କରି ରଖିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଅଚାନକ ଧନଲାଭ ହେବ।

କୁମ୍ଭ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ନୂଆ ଘର କିଣିବା ଲାଗି ଯୋଜନା କରିବେ।

ମୀନ: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଇଚ୍ଛା ପୂରା କରିବାର ପ୍ରୟାସରେ ସଫଳ ହେବେ। ସାଥୀରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ।

ସମ୍ବନ୍ଧିତ ଖବର