ମେଷ: କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ସୁଯୋଗ। କୌଣସି କାମରେ ବାହାରକୁ ଯିବାକୁ ପଡ଼ିପାରେ। ସାମାଜିକ କାର୍ଯ୍ୟରେ ସାମିଲ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଜୀବନରେ ପରିବର୍ତ୍ତନ ଆସିପାରେ। ନୂଆ ଲୋକଙ୍କ ସହିତ ସାବଧାନତାର ସହ ଚଳନ୍ତୁ। ଅନ୍ୟ ସହରରେ ବ୍ୟବସାୟ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।
ମିଥୁନ: ଜୀବନର କୌଣସି କ୍ଷେତ୍ରରେ ସୁଧାର ଆସିବ। ମାତା-ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। ଜୀବନସାଥୀଙ୍କ ଠାରୁ ପ୍ରେମ-ସୁହାଗ ପାଇବେ।
କର୍କଟ: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନେବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
ସି˚ହ: ନିଜ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। କ୍ୟାରିଅରରେ ଆଗେଇବା ଲାଗି ନୂଆ ରାସ୍ତା ଖୋଲିବ। ବେପାରୀଙ୍କୁ ଧନଲାଭର ସୁଯୋଗ।
କନ୍ୟା: ଉତ୍ସାହିତ ରହିବେ। ବିନା ବାଧାବିଘ୍ନରେ ସବୁ କାର୍ଯ୍ୟ ଶେଷ ହେବ। ଆର୍ଥିକ ସ୍ଥିତିରେ ମଜଭୁତ। ପ୍ରେମରେ ସଫଳତା।
ତୁଳା: ଆଜି ଭାଗ୍ୟ ଆପଣଙ୍କ ସାଥିରେ ରହିବ। ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ। ମହିଳାମାନଙ୍କୁ ନିଜ ପରିଶ୍ରମର ଫଳ ମିଳିବ। ଛାତ୍ରଙ୍କ ପାଇଁ ଦିନଟି ଭଲ।
ବିଛା: ମନ ଖୁସିରେ ଦିନଟି କଟିବ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ। ଆଇନ୍ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ଧନୁ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ବ୍ୟାବସାୟିକ ପରିସର ଓ ଲାଭ ବଢ଼ିବ। ବନ୍ଧୁଙ୍କ ସହିତ ଅଧିକ ସମୟ କଥାବାର୍ତ୍ତା ହେବେ।
ମକର: କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ନେଇ ଆସିବ। ନୂଆ ବ୍ୟବସାୟରେ ଅର୍ଥ ନିବେଶ ପାଇଁ ବିଚାର କରିବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।
କୁମ୍ଭ: ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁଙ୍କ ମେଳରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।
ମୀନ: ପୂଜାପାଠରେ ସମୟ ବିତିବ। ମନରେ ସକରାତ୍ମକ ଭାବନା ଆସିବ। କମ୍ ପରିଶ୍ରମରେ ଅଧିକ ଧନଲାଭର ସୁଯୋଗ। ଘରକୁ ଅତିଥି ଆସିପାରନ୍ତି।