ମେଷ: ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବୈବାହିକ ଜୀବନ ସୁଖଦ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ନିଜ ଉପରେ ଭରସା ରଖନ୍ତୁ, ସଫଳତା ପାଇବେ। ଅଫିସରେ କାର୍ଯ୍ୟ ହାଲୁକା ହେବ। କବିମାନେ ନୂଆ କବିତା ରଚନା କରିବେ।
ମିଥୁନ: କୌଣସି କଥାକୁ ନେଇ ମନ ଅସ୍ଥିର ରହିପାରେ। ବିରୋଧୀଙ୍କ ପ୍ରତି ସତର୍କ ରହନ୍ତୁ। ରାଜନୀତିରେ ନେତୃତ୍ବ ବଜାୟ ରଖିବା ପାଇଁ ପରିଶ୍ରମ ବଢ଼ାଇବାକୁ ପଡ଼ିବ।
କର୍କଟ: ଆପଣ ସତ୍ୟର ପଥରେ ଯିବେ। ଆପଣଙ୍କର ବ୍ୟବହାର ଦେଖି ଶତ୍ରୁ ବି ବନ୍ଧୁ ହୋଇଯିବେ। ଚାକିରିରେ ପଦୋନ୍ନତି ମିଳିପାରେ।
ସି˚ହ: ଆଧୢାତ୍ମିକ ଦିଗରେ ରୁଚି ବଢ଼ିବ। ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ଛାତ୍ରଙ୍କୁ କୌଣସି ମିତ୍ର ସାହାଯ୍ୟ କରିବେ।
କନ୍ୟା: ଆପଣଙ୍କ ସମ୍ପର୍କରେ ତିକ୍ତତା କମିବ। ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନ ବୁଝିବାରେ ସାହାଯ୍ୟ ପାଇବେ। ପରିବାରରେ ପ୍ରସନ୍ନତା ବଜାୟ ରହିବ।
ତୁଳା: ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅନ୍ୟମାନଙ୍କ ଭରସାରେ ଜରୁରୀ କାମ ଛାଡ଼ନ୍ତୁ ନାହିଁ। ଘରେ ସୁଖଦ ସମୟ ଅତିବାହିତ କରିବେ।
ବିଛା: ନିଜକୁ ପ୍ରମାଣିତ କରିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀଙ୍କର ବ୍ୟବହାର ଉତ୍ତମ ରହିବ।
ଧନୁ: ପୁରୁଣା କାମ ସ˚ପୂର୍ଣ୍ଣ କରିବା ଲାଗି ଭଲ ଅବସର ରହିଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ବୈବାହିକ ସମ୍ବନ୍ଧରେ ପ୍ରସନ୍ନତା ଆସିବ।
ମକର: ବ୍ୟାଙ୍କ ଋଣ ନେଇ ଅସୁବିଧାର ସମାଧାନ ହୋଇପାରେ। ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ। ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।
କୁମ୍ଭ: ସବୁ କାର୍ଯ୍ୟ ଖୁବ୍ ସହଜରେ ସ˚ପୂର୍ଣ୍ଣ ହେବ। ଅଫିସରେ କୌଣସି ବଡ଼ ଚୁକ୍ତି କରିବାର ସୁଯୋଗ ମିଳିପାରେ। ନୂଆ ଯୋଜନା ଆରମ୍ଭ ଲାଗି ଦିନଟି ଭଲ।
ମୀନ: କାମ ପ୍ରତି ଉତ୍ସାହ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ସାମାଜିକ ସ୍ତରରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ।