ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପାରିବାରିକ ମାମଲାରେ ବ୍ୟସ୍ତ ରହିବେ। ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଅସନ୍ତୁଷ୍ଟ ହୋଇପାରନ୍ତି। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଆପଣଙ୍କ ପାଇଁ ଉନ୍ନତିର ନୂଆ ରାସ୍ତା ଖୋଲିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।
ମିଥୁନ: ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ। କିଛି ଖାସ୍ କାମରେ ସଫଳ ହୋଇପାରନ୍ତି। କମ୍ ଦାମରେ ନୂଆ ଘର ମିଳିପାରେ। ମିତ୍ରଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।
କର୍କଟ: ଆତ୍ମ ସମୀକ୍ଷାରେ ସମୟ ବିତିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ଶୁଣିବେ। ଭାବିଥିବା କାମ ପୂରା ହୋଇଯିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଅନୁକୂଳ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀ ଗଣେଶ।
ସି˚ହ: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଚାକିରି ତଲାସରେ ଥିବା ବ୍ୟକ୍ତିବିଶେଷ ଶୁଭ ଖବର ପାଇବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।
କନ୍ୟା: ଘର ଓ ଅଫିସ୍କୁ ସଜାଇ ନୂତନତ୍ବ ଆଣିବେ। ସରକାରୀ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିପାରେ। ବ୍ୟବସାୟରେ ଫାଇଦା ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।
ତୁଳା: ଦିନଟି ସକାରାତ୍ମକ ଭରା ରହିବ। ଆପଣଙ୍କୁ କିଛି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା କପିଳାସ।
ବିଛା: ଦୃଢ଼ ମନୋବଳ ଯୋଗୁଁ ଆପଣଙ୍କୁ ସଫଳତା ମିଳିବ। ଅଫିସ୍ରେ ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଅନୁବନ୍ଧ ହୋଇପାରେ। ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।
ଧନୁ: ଆପଣ ଟିକେ ନିଜକୁ ଆୟତ୍ତରେ ରଖିବା ଦରକାର। ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। କୌଣସି ମାମଲାରେ ଫଇସଲା ନେବାେର ଅସୁବିଧା ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।
ମକର: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ କାମକୁ ଉଚ୍ଚାଧିକାରୀ ପ୍ରଶ˚ସା କରିବେ। କୌଣସି ବିଶେଷ କାମରେ ଫାଇଦା ମିଳିପାରେ। ପାରିବାରିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।
କୁମ୍ଭ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ନିର୍ଦ୍ଦିଷ୍ଟ ସମୟରେ କାମ ପୂରା ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ। ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।
ମୀନ: ଦିନଟି ଉତ୍କର୍ଷପୂର୍ଣ୍ଣ ରହିବ। ନୂଆ ସ୍ରୋତରୁ ଧନ ମିଳିବା ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।