ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଦର ସମ୍ମାନ ପାଇବେ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ବୃଷ: ଆଜି ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ବେପାରୀବର୍ଗଙ୍କୁ ଧନଲାଭ ହେବ। ପରିବାରରେ ଖୁସିର ମାହୋଲ ବଜାୟ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ବାହାର ଖାଦ୍ୟ ପରିହାର କରନ୍ତୁ। ଚାକିରି ଖୋଜୁଥିବା ମହିଳାଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ। ଭାବିଥିବା କାମ ପୂରା ହୋଇଯିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଅଫିସକୁ ସୁନ୍ଦର ଭାବେ ସଜାଇ ପାରନ୍ତି। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ସ˚ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ରାଜନୀତିରେ ସୀମା ବଢ଼ାଇବେ। ବ୍ୟବସାୟରେ ନୂଆ ଉପାୟ ଗ୍ରହଣ କରନ୍ତୁ; ଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

କନ୍ୟା: ସକାରାତ୍ମକ ଭବିଷ୍ୟତକୁ ନେଇ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ରହିଛି। ଲାଭର ନୂଆ ଅବସର ମିଳିବ। ରାଜନୀତିକ କାମରେ ରୁଚି ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ତୁଳା: ଆଜି ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବା ଦରକାର। ସରକାରୀ କାମରେ ବାଧା ଉପୁଜିପାରେ। ନୂଆ ଲୋକଙ୍କ ସହିତ ବ୍ୟବହାରରେ ଶିଷ୍ଟତା ରଖନ୍ତୁ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ବିଛା: ଆପଣଙ୍କ ମନ କିଛି କହିବ, ଆଉ ହୃଦୟ କିଛି କହିବ। ମନ୍ଦିରକୁ ଯାଇ ଠାକୁର ଦର୍ଶନ କରନ୍ତୁ; ଆପଣଙ୍କର ଗୋଟେ ପରେ ଗୋଟେ କାମ ପୂରା ହୋଇଯିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କାଳୀଜାଈ।

ଧନୁ: ଭବିଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ପରିଜନ ଓ ବନ୍ଧୁଙ୍କ ସହଯୋଗ ପାଇବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଠିକାଦାରିଙ୍କ ଲାଗି ଦିନଟି ଭଲ। ଆର୍ଥିକ ଚିନ୍ତା ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: ସାରାଦିନ ଖୁସି ମନରେ ରହିବେ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। କୌଣସି ବିଶେଷ କାମ କରିବେ। ଧନ ପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଗାୟତ୍ରୀ।

କୁମ୍ଭ: ନିଜର କାମ ଉତ୍ସାହର ସହ କରିବେ। ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। କୌଣସି ମଞ୍ଚରେ ସମ୍ମାନିତ ହୋଇପାରନ୍ତି। ଆପଣଙ୍କ ଘରର ବାତାବରଣ ଖୁସି ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ମୀନ: ସମୟର ଠିକ୍‌ ଉପଯୋଗ କରନ୍ତୁ। ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହ ପ୍ରୟାସ କରନ୍ତୁ; ସଫଳ ହେବେ। ମିଚ୍ୟୁଆଲ୍‌ଫଣ୍ତରେ ନିବେଶ କରନ୍ତୁ ଫାଇଦା ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

ସମ୍ବନ୍ଧିତ ଖବର