ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାରୀଙ୍କ ଲାଗି ଭଲ ଦିନଟିଏ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜଭୁତ ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଧିକାରୀ ବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ବୃଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ମିଠା ମିଠା କଥା କହି ଆପଣଙ୍କ କାମ କରିନେବେ। କଳା କ୍ଷେତ୍ରରେ ଆପଣଙ୍କର ନାମ ହେବ। କାରବାରରେ ପୁଞ୍ଜି ଲଗାଣ ପାଇଁ ଭାବିବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ବାବା ଚନ୍ଦନେଶ୍ବର।

ମିଥୁନ: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଅଧିକ ଲାଗି ରହିବ। ଲୋକେ ଆପଣଙ୍କ କଥାକୁ ଶୁଣିବା ପାଇଁ ଉତ୍ସୁକ ରହିବେ। କିଛି ନୂଆ ସୁଯୋଗ ମିଳିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

କର୍କଟ: କୌଣସି ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ଆଶା ଅନୁଯାୟୀ ପରିବାର ଠାରୁ ସାହାଯ୍ୟ ମିଳିନପାରେ। ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ। ସ୍ବାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଜୀବନସାଥୀଙ୍କଠାରୁ ଢେର୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

କନ୍ୟା: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଭାବି ଥିବା କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। ସରକାରୀ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ଲାଭ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

ତୁଳା: ଆଜି କୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ଘରକୁ ବନ୍ଧୁଙ୍କ ଆସିବା ଯିବା ଲାଗି ରହିବ। କୌଣସି ଆଇନକାନୁନ ମାମଲାରେ ସାହାଯ୍ୟ ମିଳିବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ବିଛା: ଆପଣଙ୍କୁ ସମୟ ଜ୍ଞାନ ବିଷୟରେ ସଚେତନ ହେବାକୁ ପଡ଼ିବ। ଅଫିସରେ ପ୍ରତିଯୋଗିତା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ। ନେତାଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। କୌଣସି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଦେବ।

ଧନୁ: ଅଧୁରା କାମ ଯଥା ସମୟରେ ସଂପୂର୍ଣ୍ଣ କରିନେବେ। ହଜିଥିବା ଦ୍ରବ୍ୟର ସନ୍ଧାନ ପାଇବେ। ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ମକର: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ; ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ବ୍ୟବସାୟ ମାମଲାରେ ଦିନଟି ଭଲ ହୋଇପାରେ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମାଆ ଗାୟତ୍ରୀ।

କୁମ୍ଭ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଅଚାନକ କୌଣସି ଶୁଭ ଖବର ପାଇବେ। ରଚନାତ୍ମକ କାମରେ ଆପଣଙ୍କୁ ଲାଭ ହୋଇପାରେ। ବୈବାହିକ ଜୀବନ ଖୁସି ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ମୀନ: କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବି ପାରନ୍ତି। ରାଜନୀତିରେ ଲାଭ ପାଇବେ। ଚାକିରିଆଙ୍କ ପାଇଁ ସମୟ ଠିକ୍‌ ରହିବ। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ହନୁମାନ।

ସମ୍ବନ୍ଧିତ ଖବର