ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂରା ହେବାକୁ ଯାଇଥିବା କାମରେ ବାଧା ଉପୁଜିବ। ଉଧାର ନେବା ଓ ଦେବାରେ ନିବୃତ୍ତ ରହନ୍ତୁ। ଘରକୁ ପୁରୁଣା ବନ୍ଧୁ ଆସିବେ। ଛାତ୍ରଙ୍କୁ କ୍ୟାରିଅର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

ବୃଷ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ବଢ଼ିବ। ଅଚାନକ ଧନଲାଭ ହେବ। ଦାଂପତ୍ୟ ଜୀବନରେ ଖୁସି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ମିଥୁନ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଲୋକେ ସାହଯ୍ୟ ସହଯୋଗର ହାତ ବଢ଼ାଇଦେବେ। କୌଣସି କାମ ଲାଗି ଯୋଜନା କରିବେ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା କପିଳାସ।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଆଖପାଖର ଲୋକଙ୍କ ସହାୟତା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରି ନେବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: ଚାକିରିରେ ଅନୁକୂଳ ପାଇବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଉଦାର ରହିଲେ ଆପଣଙ୍କୁ ଲାଭ ମିଳିବ। ଆଜି କିଛି ଖର୍ଚ୍ଚ ଅଯଥା‌ ହୋଇପାରେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ତାରିଣୀ।

କନ୍ୟା: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ନୂଆ ଦାୟିତ୍ବ ଆପଣଙ୍କୁ ତୁରନ୍ତ ମିଳିପାରେ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ତୁଳା: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ପରିବାର ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ବିଛା: ଖୁସ୍‌ ମିଜାଜର ରହିବେ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। କୌଣସି ନୂଆ କାମ କରିବା ଲାଗି ଅବସର ମିଳିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା।

ଧନୁ: ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ, ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ। ଅଫିସରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ନୂଆ ଲୋକଙ୍କ ସହିତ ସ˚ପର୍କ ଗଢ଼ିବା ହେତୁ ଫାଇଦା ହେବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ମକର: ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭଙ୍କର ରହିବ। କାରବାରରେ ଭଲ ପରିଣାମ ମିଳିବ। ପୁରୁଣା ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

କୁମ୍ଭ: ଆପଣଙ୍କର ପରାକ୍ରମ ବୃଦ୍ଧି ହେବ। ସବୁ କାମ ବହୁତ ଆରାମରେ ପୂରା ହେବ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋେଯାଗ ଦେବେ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ଦୁର୍ଗା।

ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ମନରେ ନବୀନ ଉତ୍ସାହ ସ˚ଚାର ହେବ। ବଡ଼ କ˚ପାନିରେ ଚାକିରିର ଡ଼ାକରା ଆସିବ। ପ୍ରିୟ ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।

ସମ୍ବନ୍ଧିତ ଖବର