ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅନ୍ୟର ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ପାରିବାରିକ ବିବାଦ ସମାଧାନ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। କାରବାରରେ ଭଲ ପରିଣାମ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ବୃଷ: ପୂଜାପାଠରେ ଅଧିକ ସମୟ ବିତିବ। ଧର୍ମଗ୍ରନ୍ଥ ଆଦି କିଣି ପାରନ୍ତି। ଆପଣଙ୍କ ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଅଫିସ କାମରେ ଯାତ୍ରାର ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ମିଥୁନ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଜୀବନରେ ନୂଆ ମୋଡ଼ ଆଣିବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ବାବା ଚନ୍ଦନେଶ୍ବର।

କର୍କଟ: କ୍ୟାରିୟରର ସୁଧାର ପାଇଁ ଭଲ ଦିନଟିଏ। ଆପଣଙ୍କ କାମରେ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ବେପାର ବୃଦ୍ଧି ଲାଗି ଭଲ ପରାମର୍ଶ ପାଇବେ। ସନ୍ତାନଙ୍କର ଖୁସି ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

ସି˚ହ: ଭାଗ୍ୟର ଦ୍ବାର ଖୋଲିପାରେ। ଝଗଡ଼ାକୁ ସମାଧାନ କରିବାରେ ସଫଳତା ପାଇବେ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ପିଲାମାନଙ୍କ ସହିତ ଉଦ୍ୟାନକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କିଚକେଶ୍ବରୀ।

କନ୍ୟା: କୌଣସି କଥାକୁ ନେଇ ଜିଦ୍‌ କରନ୍ତୁ ନାହିଁ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ଆର୍ଥିକ ସ୍ଥିତିରେ ଉଠାଣି-ଗଡ଼ାଣି ଦେଖାଦେବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଅମ୍ବିକା।

ତୁଳା: ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିତା ବଢ଼ିପାରେ। ଚାକିରିରେ ବିଶେଷ ସଫଳତା ହାସଲ ହେବ। ବେପାରିଙ୍କୁ ଆୟର ନୂଆ ସ୍ରୋତ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ବରୀ।

 

ବିଛା: ସମୟ ଆପଣଙ୍କ ପାଇଁ ଖୁବ୍‌ ଭଲ। ପଇସା କମେଇବା ପାଇଁ ସୁଯୋଗ ମିଳିବ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ବପୂର୍ଣ୍ଣ ବୈଠକ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ହିଙ୍ଗୁଳା।

ଧନୁ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଆଗକୁ ବଢ଼ି ଚାଲନ୍ତୁ, ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଦୀର୍ଘ ଦିନର ସ˚ପର୍କ ପ୍ରେମରେ ବଦଳି ପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

ମକର: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କୁ କୌଣସି ଭଲ କାମ ମିଳିପାରେ। ସନ୍ଧ୍ୟାରେ ପରିବାର ସହିତ ମଉଜ ମଜଲିସରେ ସମୟ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

କୁମ୍ଭ: ବହୁତ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ଆପଣଙ୍କର ତର୍କ ଶକ୍ତି ଆଜି କାମରେ ଆସିବ। କାରବାରରେ ଯଥେଷ୍ଟ ଲାଭ ହେବ। ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିମଳା।

ମୀନ: ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ସମାଜରେ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ଆପଣଙ୍କର ନିଜ ପ୍ରେମିକା ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର