ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ପରିଶ୍ରମ ଅଧିକ କରନ୍ତୁ; ସଫଳତା ମିଳିବାର ଯୋଗ ରହିଛି। କୌଣସି ନୂଆ କମ୍ପାନିରେ ଚାକିରର ପ୍ରସ୍ତାବ ମିଳିପାରେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ରହିବ। ଛାତ୍ରଛାତ୍ରୀମାନେ ମନ ଲଗାଇ ପାଠ ପଢ଼ନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ହରିଶଙ୍କର।

 

ବୃଷ: ଆପଣଙ୍କ ସହିତ ଭୁଲ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ପୁରୁଣା କଥା ଭୁଲି ନୂଆ କାମର ଶୁଭାରମ୍ଭ କରନ୍ତୁ। ସନ୍ଧ୍ୟାରେ ବାହାରକୁ ବୁଲି ଯାଆନ୍ତୁ; ଫାଇଦା ହେବ। ରାଜନୀତିରେ ମନସ୍କାମନା ପୂରଣ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀ ମାତା।

 

ମିଥୁନ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ସନ୍ତାନଙ୍କ କାମରେ ଖୁସି ହେବେ। ପ୍ରିୟବନ୍ଧୁଙ୍କ ସହିତ ନିକଟ ଅଞ୍ଚଳକୁ ଭ୍ରମଣରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।


କର୍କଟ: ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। କ୍ୟାରିୟର୍‌ରେ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ବାଇଗଣୀ। ଆରାଧନା: ହର ପାର୍ବତୀ।

 


ସିଂହ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ,ଲାଭ ହେବ। ଚାକିରିରେ ବଦଳି ହୋଇପାରେ। ମହିଳାମାନେ ନିଜର ଗହଣା ପ୍ରତି ସାବଧାନ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ପାଟଣେଶ୍ୱରୀ।

 


କନ୍ୟା: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ସାମାଜିକ ମେଳମିଳାପ ବଢ଼ିବ। ନେତା ଆପଣଙ୍କୁ ବଡ଼ କାର୍ଯ୍ୟ ଅର୍ପଣ କରିବେ। ପାରିବାରିକ ସମସ୍ୟାର ସମାଧାନ କରିବା ପାଇଁ ଶୁଭ ସମୟ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 


ତୁଳା: ଦିନଟି ସବୁ ଦୃଷ୍ଟିରୁ ଭଲ। ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ନୂଆ ଅନୁବନ୍ଧ ମିଳିପାରେ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

 

ବିଛା: ଧର୍ମକ୍ଷେତ୍ରକୁ ଯାତ୍ରା ଯୋଗ ରହିଛି। ଧ୍ୟାନ ଜପରେ ମନକୁ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ବିବାହଯୋଗ୍ୟ ଯୁବତୀଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

 

ଧନୁ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ଜମି କିଣିବା ଲାଗି ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଛାତ୍ରଛାତ୍ରୀମାନେ ପଢ଼ିବା-ଲେଖିବାରେ ଏକାଗ୍ରତା ବଜାୟ ରଖନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ୱରୀ।

 

ମକର: କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟୀ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 


କୁମ୍ଭ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ସବୁ କାମ ସହଜରେ ହୋଇଯିବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ମନୋରଂଜନ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଅମ୍ବିକା।

 

ମୀନ: ଆଜି ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ପରିବାରର ସବୁ ଲୋକଙ୍କ ସହାୟତା ପାଇବେ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ସମ୍ବନ୍ଧିତ ଖବର