ଜାଣନ୍ତୁ ଆଜିର ରାଶିଫଳ


ମେଷ: ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା କରନ୍ତୁ ନାହିଁ। ନିଜ କାର୍ଯ୍ୟରେ ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଚନ୍ଦନେଶ୍ୱର।

 

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପ୍ରତ୍ୟକ କ୍ଷେତ୍ରରେ ବିଜୟ ହାସଲ କରିବେ। ଟ୍ରାଭେଲ ଏଜେନ୍‌ସି ଲୋକଙ୍କ ପାଇଁ ଦିନଟି ଲାଭପ୍ରଦ। ସନ୍ତାନଙ୍କ ସଫଳତା ହେତୁ ଗୌରବାନ୍ଵିତ ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

ମିଥୁନ: ଆଜି ଆପଣଙ୍କୁ ଦୁଃଖ ଓ ସୁଖ ଅନୁଭବ ହେବ। ମାତା-ପିତାଙ୍କ ଆଶୀର୍ବାଦ ନିଅନ୍ତୁ; ଆପଣଙ୍କ ଲକ୍ଷ୍ୟ ହାସଲ କରିବା ସହଜ ହେବ। ଅଫିସ୍‌ରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।


କର୍କଟ: ଆପଣଙ୍କର ଅନ୍ତରଆତା୍ମ ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

 

ସିଂହ: ଆପଣଙ୍କ କାମକୁ କେହି ଆଲୋଚନା କରିବେ। ସେ ଦିଗରେ ଧ୍ୟାନ ନଦେଇ ନିଜ କାମରେ ମନଯୋଗ ଦିଅନ୍ତୁ, ବିଳମ୍ବରେ ସବୁ ଠିକ୍‌ ହୋଇଯିବ। ବ୍ୟବସାୟରେ ଶୀଘ୍ର ଫଇସଲାରୁ ଲାଭ ମିଳିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମାଆ ଶାରଳା।

 


କନ୍ୟା: ଭାବନାକୁ ସକାରାତ୍ମକ ବନାନ୍ତୁ। ଦୀର୍ଘଦିନର ମନୋକାମନା ପୂରଣ ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଚର୍ଚ୍ଚିକା।

 

ତୁଳା: କାମରେ ଆପଣଙ୍କର ଆତ୍ମବିଶ୍ୱାସର ଝଲକ ଦେଖାଦେବ। ବ୍ୟବସାୟରେ ଆଜି ସଉଦା କରିବାରେ ସଫଳ ହେବେ। ନୂଆ ଘର କିଣିବା କିମ୍ବା ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

ଧନୁ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ଅଚାନକ ଧନଲାଭ ହେବ। ପ୍ରେମିକାଙ୍କୁ କିଛି ଉପହାର ଦିଅନ୍ତୁ, ସମ୍ବନ୍ଧରେ ଆହୁରି ମଧୁରତା ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭୈରବୀ।

 


ମକର: ଆଗକୁ ବଢ଼ିବାର ଦିନଟିଏ। ନୂତନ କାରାବାରରେ ନିବେଶ ଲାଭପ୍ରଦ ହେବ। ଭ୍ରମଣ ସୁଖ ରହିଛି। ଆପଣଙ୍କର ଯାହାଙ୍କ ଉପରେ ଦୃଷ୍ଟି ପଡ଼ିବ ତାଙ୍କୁ ବନ୍ଧୁଭାବେ ଗ୍ରହଣ କରିନେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

 

କୁମ୍ଭ: ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହିତ ପ୍ରୟାସ କରନ୍ତୁ, ସଫଳ ହେବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସୁଖ ସୁବିଧା ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀ ମାତା।

 

ମୀନ: ପ୍ରଭୁଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଘର ପରିଷ୍କାର କରିବାରେ ସମୟ ଦେବେ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ଦିନଟି ଭଲ। ମିଠାମିଠା କଥା କହି ଆପଣଙ୍କ କାମ କରିନେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବଗଳାମୁଖୀ।

ସମ୍ବନ୍ଧିତ ଖବର