ଜାଣନ୍ତୁ ଆଜିର ରାଶିଫଳ


ମେଷ: କାର୍ଯ୍ୟ କ୍ଷେତ୍ରରେ ଏଭଳି ଅବସର ଆସିବ ଯାହା ଦ୍ଵାରା ଆମଦାନି ବୃଦ୍ଧି ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଅବିବାହିତାଙ୍କୁ ନିକଟ ସଂପର୍କୀୟଙ୍କ ଠାରୁ ବିବାହର ଭଲ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସୁରେଶ୍ୱରୀ।

 

ବୃଷ: ପୂଜାର୍ଚ୍ଚନାରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ଜୀବନରେ ସ୍ଥିରତା ଆସିବ। ବ୍ୟବସାୟରେ ନୂଆ ଅନୁବନ୍ଧ ମିଳିପାରେ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା କପିଳାସ।

 


ମିଥୁନ: କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ବାଣୀ ଓ ବ୍ୟବହାର ଭଲ ରଖନ୍ତୁ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।


କର୍କଟ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଯାହାଙ୍କ ଉପରେ ଆପଣଙ୍କ ଦୃଷ୍ଟି ପଡ଼ିବ, ତାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିନେବେ। ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

ସିଂହ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଭୂସଂପତ୍ତି ସମସ୍ୟା ସମାପ୍ତ ହୋଇଯିବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


କନ୍ୟା: ଆତ୍ମସମୀକ୍ଷାରେ ସମୟ ବିତିବ। ବ୍ୟବସାୟରେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ଅଫିସ୍‌ରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିରଜା।

 

ତୁଳା: ଆଜିର ଗ୍ରହ ଚଳନ ଦୃଷ୍ଟିରୁ ଯଥେଷ୍ଟ ଲାଭ ସହିତ ଯଶ ବୃଦ୍ଧି ହେବ। ପ୍ଲାଷ୍ଟିକ୍‌ ବ୍ୟବସାୟୀମାନେ ବଡ଼ ସଉଦା କରିପାରନ୍ତି। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ପାଟଣେଶ୍ୱରୀ।

 

ବିଛା: ଦିନଟି ଲାଭଦାୟକ ରହିବ। ଆପଣଙ୍କ କ୍ୟାରିୟର ଲାଗି ଭଲ ସୁଯୋଗ ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ବ୍ୟଗ୍ର ହେବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

 

ଧନୁ: ଦିନଟି ମହତ୍ତ୍ଵପୂର୍ଣ୍ଣ ରହିବ। ଉନ୍ନତି ପାଇଁ ବିଭିନ୍ନ ବାଟ ଆପଣଙ୍କ ସାମନାକୁ ଆସିବ। ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

 


ମକର: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ଯଥେଷ୍ଟ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। କୌଣସି ସମାରୋହରେ କାହାରିଙ୍କୁ ନୂଆ ବନ୍ଧୁଭାବେ ଗ୍ରହଣ କରିବେ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

 

କୁମ୍ଭ: ଭାଗୀଦାରିରେ ବ୍ୟବସାୟ ଭାବିଚିନ୍ତି କରନ୍ତୁ। କୌଣସି କଥାକୁ ନେଇ କ୍ରୋଧ ବଢ଼ିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଜରୁରୀ କାମରେ ଯାତ୍ରାରେ ଯିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଗାୟତ୍ରୀ।

 

ମୀନ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଯେଉଁ କାମ ହାତକୁ ନେବେ ତାକୁ ସୁଚାରୁ ରୂପେ ତୁଲାଇ ସଫଳତା ପାଇବେ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ। ଆପଣଙ୍କ ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ସମ୍ବନ୍ଧିତ ଖବର