ଜାଣନ୍ତୁ ଆଜିର ରାଶିଫଳ

ମେଷ: ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ପଇସା ଆସିବ। ବନ୍ଧୁ ଓ ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 

ବୃଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବେ। ଜ୍ୟୋତିଷ ବିଦ୍ୟାରେ ବି ରୁଚି ବଢ଼ିବ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ ରହିବ। ପୁରୁଣା ଚିନ୍ତା ସମାପ୍ତ ହେବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

 


ମିଥୁନ: ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ଦୂର ହେବ। କଳାକାରଙ୍କୁ ଟେଲି ଫିଲ୍ମର ପ୍ରସ୍ତାବ ମିଳିବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ହରିଶଙ୍କର।

 

କର୍କଟ: ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଉଦ୍ରେକ ହେବ। ମହତ୍ତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ। ରାଜ୍ୟ ବାହାରେ ଚାକିରି ମିଳିବାର ସମ୍ଭାବନା। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ପରିଯୋଜନା ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।

 


ସିଂହ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ସାଇରାମ।

 


କନ୍ୟା: ଭାଗ୍ୟ ବଦଳାଇବା ପାଇଁ ସମୟ ଭଲ। ବ୍ୟବସାୟରେ ଭଲ ସୁଯୋଗ ପାଇବେ। ସାମାଜିକ ମେଳମିଳାପ ବଢ଼ିବ। ଅଚାନକ ଧନଲାଭ ହେବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ଆଜି ଆପଣ ନିଜର ଊର୍ଜାକୁ ଠିକ ରୂପେ ବ୍ୟବହାର କରନ୍ତୁ। ଅସହାୟଙ୍କୁ ସହାୟତା କରିବେ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଅମ୍ବିକା।

 


ବିଛା: ଦିିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ। ସବୁ ସମସ୍ୟାର ସମାଧାନ ହୋଇଯିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଶାରଳା।

 

ଧନୁ: ପରିଶ୍ରମ କରନ୍ତୁ; ଭାଗ୍ୟ ଆପଣଙ୍କୁ ସାଥ ଦେବ। ବନ୍ଧୁଙ୍କ ସଙ୍ଗ ମିଳିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଭୂସଂପତ୍ତି କିଣିବା ପାଇଁ ଯୋଜନା କରିବେ। ରାଜନୀତିରେ ଖ୍ୟାତି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 


ମକର: ପରିଶ୍ରମର ଫଳ ଦ୍ଵିଗୁଣ ପାଇବେ। ସମାଜରେ ଲୋକପ୍ରିୟତା ବଢ଼ିବ। ଅଫିସ କାମରେ ଲାଗି ରହିଥିବା ବାଧା ଆଜି ଦୂର ହୋଇଯିବ। ପ୍ରିୟବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀକୃଷ୍ଣ।

 

କୁମ୍ଭ: ଦିନଟି ମହତ୍ତ୍ଵପୂର୍ଣ୍ଣ ରହିବ। ଉନ୍ନତି ପାଇଁ ବିଭିନ୍ନ ବାଟ ଆପଣଙ୍କ ସମ୍ମୁଖକୁ ଆସିବ। ସାମାଜିକ ସମାରୋହକୁ ଯାଆନ୍ତୁ; ମାନ-ସମ୍ମାନ ବୃଦ୍ଧି ହେବ। ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ଛାତ୍ରଛାତ୍ରୀମାନେ ମନ ଲଗାଇ ପଢ଼ନ୍ତୁ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ସରସ୍ୱତୀ।

 


ମୀନ: ପୂରାଦିନ ଖୁସି ମନରେ ରହିବେ। ଜୀବନସାଥୀଙ୍କ ଠାରୁ ସୁଖ ପାଇବେ। ଆୟର ନୂଆ ସ୍ରୋତ ମିଳିପାରେ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। ଶତ୍ରୁ ଓ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ସମ୍ବନ୍ଧିତ ଖବର