ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ପରିବାରର ପୂରା ସହଯୋଗ ପାଇବେ। ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

 

ବୃଷ: ଆଜି ଦିନଟି ଭଲ ରହିବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବନ୍ଧୁମାନଙ୍କ ସଙ୍ଗରେ ରହି ଶାନ୍ତି ଅନୁଭବ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଚନ୍ଦନେଶ୍ୱର।

 


ମିଥୁନ: ଆପଣଙ୍କର ମନୋଭାବ ମଜାକିଆ ରହିବ। ବନ୍ଧୁମାନଙ୍କ ସହିତ ସମୟ କଟିବ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲ ଭାବେ ଯାଞ୍ଚ କରନ୍ତୁ। ଅଫିସରେ ଆଜି କାମର ବୋଝ ବଢ଼ିପାରେ। କୌଣସି କଥାକୁ ନେଇ କ୍ରୋଧ ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

 

କର୍କଟ: ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ହେତୁ ମନ ଖୁସି ରହିବ। ଘରୋଇ ବିବାଦ ସମାପ୍ତ ହେବ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ। ପ୍ରିୟଜନଙ୍କ ସହଯୋଗ ମିଳିବ। ନୂଆ ଚୁକ୍ତିପତ୍ର ହେବ। ପ୍ରେମିକା ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ଡୀ।

 


ସିଂହ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ସବୁ କାମ ସହଜରେ ହୋଇଯିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ଶୁଣିବାକୁ ମିଳିପାରେ। ବ୍ୟବସାୟରେ ଭଲ ଗତି ହେବ। ମହିଳାମାନେ ଗହଣା କିଣିବା ପାଇଁ ସହରକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

କନ୍ୟା: ମନ ଅଶାନ୍ତି ମୁକ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ଆପଣଙ୍କ କଂପାନିକୁ ବଡ଼ ସୁଯୋଗ ମିଳିବ; ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ। ରାଜ୍ୟ ବାହାରେ ଚାକିରି ମିଳିବାର ଯୋଗ ରହିଛି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ହର ପାର୍ବତୀ।

 

ତୁଳା: ସଫଳତା ପାଇଁ ଭାବିଚିନ୍ତି କାମ କରନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମହିଳାବନ୍ଧୁଙ୍କ ସହଯୋଗରେ ବ୍ୟବସାୟରେ ଲାଭ ମିଳିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।

 


ବିଛା: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କ ବିନମ୍ର ସ୍ୱଭାବ ଆପଣଙ୍କର ସାହାଯ୍ୟ କରିବ। ନୂଆ ପରିଯୋଜନାରେ କାମର ଶୁଭାରମ୍ଭ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

ଧନୁ: ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଇଂଜିନିୟରିଂ ଛାତ୍ରଙ୍କୁ ଚାକିରିର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଚନ୍ଦନେଶ୍ୱର।

 


ମକର: ଆପଣଙ୍କର ଆତ୍ମବିଶ୍ୱାସ ଅତୁଟ ରହିବ। ଆପଣଙ୍କ କାମରେ ଆପଣଙ୍କୁ ପ୍ରସିଦ୍ଧି ଓ ପୁରସ୍କାର ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପରିବାରରେ ସୁଖଦ ମାହୋଲ୍‌ ରହିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମଝିଘରିଆଣୀ।

 

କୁମ୍ଭ: ସୁଖ ସୌଭାଗ୍ୟ ମିଳିବାର ଦିନଟିଏ। ଆର୍ଥିକ ସ୍ଥିତି ଭଲ ରହିବ। ରାଜନୀତିରେ ସଫଳତା ମିଳିବ। ଜୀବନସାଥୀଙ୍କୁ ଖୁସି କରାଇବା ପାଇଁ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସମଲେଶ୍ୱରୀ।

 


ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ନୂଆ ବିଦ୍ୟୁତ ଉପକରଣ କିଣି ପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ସମ୍ବନ୍ଧିତ ଖବର