ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭାବନା ଓ ବିଚାରକୁ ସକାରାତ୍ମକ ରଖନ୍ତୁ। ନିଃସ୍ୱାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ଅଫିସ୍‌ରେ କାମର ବୋଝ ବଢ଼ିପାରେ। ଅଧିକାରୀଙ୍କ ଠାରୁ ସହଯୋଗ ନମିଳିବା ହେତୁ ଆପଣଙ୍କର ମନ ଖରାପ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ଆପଣଙ୍କ ସବୁ କାମ ନିର୍ଦ୍ଦିଷ୍ଟ ସମୟରେ କରିନେବେ। ଧନଲାଭ ଯୋଗ ରହିଛି। ପଡ଼ୋଶୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ କୀଚକେଶ୍ୱରୀ।

 

ମିଥୁନ: ଦିନଟି ଆପଣଙ୍କ ଲାଗି ଆନନ୍ଦଉଲ୍ଲାସ ଭରା ରହିବ। ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରୁ ଲାଭ ହେବ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ବିବାହିତ ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


କର୍କଟ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ବଡ଼ କାରବାରର ସଉଦା ହାତକୁ ଆସିପାରେ। ନ୍ୟାୟିକ ମାମଲାରେ ଆରାମ ପାଇବେ। ଜୀବନସାଥୀଙ୍କ ସହିତ ତାଳମେଳ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

ସିଂହ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ ବ୍ୟବସାୟରେ ନିବେଶ କରିପାରନ୍ତି। ନୂଆ ବାହନ କିଣିବା ପାଇଁ ମନ ବଳିବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

କନ୍ୟା: ଭାଗ୍ୟ ଆପଣଙ୍କୁ ସାଥ ଦେବ। ନୂଆ କାରବାର ଆରମ୍ଭ ପାଇଁ ଦିନଟି ଉପଯୁକ୍ତ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ସମାଜରେ ଆପଣଙ୍କୁ ମାନ-ସମ୍ମାନ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

 

 ତୁଳା: ଆପଣଙ୍କ ଭାବନା ସକାରାତ୍ମକ ରଖନ୍ତୁ। ଜରୁରୀ କାମରେ ପରିବାରର ସହଯୋଗ ମିଳିବ। ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାର ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

 

ବିଛା: ଆପଣଙ୍କ ଲାଗି ଦିନଟି ଅନୁକୂଳ ରହିବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। କଂପାନିରେ ଆପଣଙ୍କୁ କୌଣସି ସୁବିଧା ମିଳିପାରେ। ଭାଗୀଦାରିଙ୍କ ସଙ୍ଗରେ କାମ କରିବାରେ ସକ୍ଷମ ହେବେ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସୁରେଶ୍ୱରୀ।

 

ଧନୁ: ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ବିଦେଶୀ ସମ୍ବନ୍ଧରେ ଆପଣଙ୍କୁ ଲାଭ ହୋଇପାରେ। ଅଫିସ୍‌ରେ କିଛି ପରିବର୍ତ୍ତନ ହୋଇପାରେ। ବିବାହିତ ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

 

ମକର: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ନୂଆ ପରିଯୋଜନା ଆରମ୍ଭ କରନ୍ତୁ; ଲାଭ ହେବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ପ୍ରେମିକାକୁ କିଛି ଉପହାର ଦିଅନ୍ତୁ, ସମ୍ବନ୍ଧରେ ଆହୁରି ମଧୁରତା ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ହରିଶଙ୍କର।

 


କୁମ୍ଭ: ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ। ରାଜନୈତିକ ସଂପର୍କ ଯୋଗୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ଚାଷୀଙ୍କୁ କିଛି ଲାଭ ହୋଇପାରେ। ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

 

ମୀନ: କାରବାରରେ ବଡ଼ ସଉଦା ହେବ। ବିଶେଷ ମାମଲାରେ ସମାଧାନ ଶୀଘ୍ର ମିଳିଯିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। କୌଣସି ଦିଗରୁ ଧନଲାଭ ଯୋଗ ରହିଛି। ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ସମ୍ବନ୍ଧିତ ଖବର