ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି ପ୍ରସଙ୍ଗ ନେଇ ଭାବପ୍ରବଣ ରହିବେ। ବହୁ ଦିନର ସ୍ୱପ୍ନ ସାକାର ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାରରେ ଶାନ୍ତିର ବାତାବରଣ ରହିବ। ବିଦ୍ୟାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଅମ୍ବିକା।

 

ବୃଷ: ଆଜି ପୂରା ଦିନ ଊର୍ଜା ଭରା ରହିବେ। ଆୟର ସ୍ରୋତ ପ୍ରସ୍ତୁତ ହେବ। ବଡ଼ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ବ୍ୟବସାୟରୁ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

 

ମିଥୁନ: ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ପରିବାରରେ ଖୁସି ବଢ଼ିବ। ଅଭିଭାବକଙ୍କ ସହିତ ବାହାରକୁ ବୁଲି ଯିବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

କର୍କଟ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ଚାକିରିରେ ଦରମା ବଢ଼ିପାରେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 


ସିଂହ: ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ବିବାହଯୋଗ୍ୟ ବ୍ୟକ୍ତିିଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ। ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିମଳା।

 

କନ୍ୟା: ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। ଆୟ ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଜୀବନସାଥୀଙ୍କ ସହିତ ବିଦେଶ ଯିବାର ଯୋଜନା କରି ପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁଙ୍କ ମାଧ୍ୟମରେ ପୂରା କରିବେ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ଲୁଗାପଟା ଓ ଗହଣା କିଣିବା ପାଇଁ ମନ ବଳିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 


ବିଛା: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଚାକିରିରେ ସମୟ ଅନୁକୂଳ ରହିବ। ପ୍ରସାଧନ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ସନ୍ତାନଙ୍କ ପ୍ରସଙ୍ଗରେ ଚିନ୍ତା ଦୂର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସୁରେଶ୍ୱରୀ।

 

ଧନୁ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ଗୁଣଗାନ କରିବେ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

 


ମକର: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ଅଫିସରେ ଆପଣଙ୍କ କଥାକୁ ଲୋକେ ଗୁରୁତ୍ଵ ଦେବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା କପିଳାସ।

 

କୁମ୍ଭ: ଆଗକୁ ବଢ଼ିବାର ଦିନଟିଏ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଧନର ଆଗମନ ହେବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ। ମହିଳାଙ୍କର ଗଳ୍ପ, କବିତା ଆଦିରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

 


ମୀନ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ପ୍ରଦେଶରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ସନ୍ତାନ ସୁଖ ମିଳିବାର ପ୍ରବଳ ଯୋଗ ରହିଛି। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର