ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆତ୍ମସମୀକ୍ଷାରେ ସମୟ କଟିବ। ପରିବାରର ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଜୁଆ ଲଟେରିରୁ ନିବୃତ୍ତ ରହନ୍ତୁ। ଦ୍ରୁତଗତିରେ ଗାଡ଼ି ଚଳାନ୍ତୁ ନାହିଁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 

ବୃଷ: ଲକ୍ଷ୍ୟପ୍ରାପ୍ତି ଦିଗକୁ ଅଗ୍ରସର ହେବେ। କୌଣସି ବିଶେଷ କାର୍ଯ୍ୟ ଯୋଗୁ ବନ୍ଧୁଙ୍କ ଦ୍ଵାରା ଲାଭ ପାଇବେ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ମିଥୁନ: ଆଜି ଆପଣ ସତ୍ୟର ସାଥ ଦେବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ବଜାୟ ରହିବ। ଅଫିସରେ ଶାନ୍ତିର ବାତାବରଣ ରହିବ। ଚାକିରିରେ ଦାୟିତ୍ଵ ବଢ଼ିବ। ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

କର୍କଟ: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ମହିଳାବନ୍ଧୁଙ୍କ ସହାୟତାରେ ବ୍ୟବସାୟରେ ସଫଳତା ମିଳିବ। ଆପଣଙ୍କ ରୁଚି କଳା ସାହିତ୍ୟରେ ଅଧିକ ରହିବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ୱରୀ।

 


ସିଂହ: ଜୀବନସାଥୀଙ୍କ ସହଯୋଗ ପାଇବେ। ପଡ଼ୋଶୀଙ୍କ ସହ ଝଗଡ଼ା ପାଇଁ ଟିକେ ଅଶାନ୍ତିରେ ରହିବେ। ବନ୍ଧୁମାନଙ୍କ ସହିତ ବସି ହାଲୁକା ହେବେ। ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

କନ୍ୟା: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କ୍ୟାରିୟର ଗଢ଼ିବା ପାଇଁ ଭଲ ଅବସର ପାଇବେ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କୁ ନିଜ ନିଜର ଯୋଗ୍ୟତା ଅନୁସାରେ ଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

 

ତୁଳା: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। କୌଣସି ବଡ଼ କଂପାନିରେ ଚାକିରିର ସୁଯୋଗ ଆସିବ। ଅନ୍ତରଙ୍ଗବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯାଇପାରନ୍ତି। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ମଙ୍ଗଳା।

 


ବିଛା: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ସ୍ଥିତି ଆପଣଙ୍କ ପକ୍ଷରେ ହେବ। ସମାଜରେ ମାନ-ସମ୍ମାନ ପାଇବେ। ଆମଦାନିର ନୂଆ ସ୍ରୋତ ମିଳିପାରେ। ନୂଆ ଘର ବା ଜମି କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମହାଦେବ।

 

ଧନୁ: ଆପଣଙ୍କ ମନ କିଛି କହିବ ଆଉ ହୃଦୟ କିଛି କହିବ। ବନ୍ଧୁଙ୍କ ସମ୍ମୁଖରେ ଆପଣଙ୍କ ବିଚାର ଖୋଲି ଦେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଚିନ୍ତା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

 


ମକର: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ସବୁ କାମ ସହଜରେ ହୋଇଯିବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମାଆ ରାମଚଣ୍ଡୀ।

 

କୁମ୍ଭ: ଆପଣଙ୍କ ମନୋବଳ ଦୃଢ଼ ରହିବ। ପ୍ରବନ୍ଧକର୍ତ୍ତା ଆପଣଙ୍କ କାମରେ ଖୁସି ରହିବେ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

 

ମୀନ: ତିକ୍ତ ଅନୁଭବରୁ ମିଠା ଫଳ ପାଇବେ। ବ୍ୟାବସାୟିକ ଯୋଜନା ସଫଳ ହେବ। ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଆପଣଙ୍କ ପରାମର୍ଶ କାହାରି କାମରେ ଆସିବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀ ଗଣେଶ।

ସମ୍ବନ୍ଧିତ ଖବର