ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। କାର୍ଯ୍ୟକ୍ଷେତ୍ରରୁ ଅବସର ନେବା ପରେ ଯାହା କିଛି ଅର୍ଥ ପାଇବେ, ତାହାକୁ ଉପଯୋଗ କରିବେ; ଯଦ୍ଦ୍ଵାରା ଭବିଷ୍ୟତ ଜୀବନ ଉଜ୍ଜ୍ଵଳମୟ ହେବ। ଆପଣଙ୍କ ଯାତ୍ରା ମଙ୍ଗଳମୟ ଓ ସୁଖଦ ରହିବ। ପୁଣ୍ୟ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

 

ବୃଷ: ଯୋଜନାକୁ ଗୁପ୍ତ ରଖନ୍ତୁ; ସଫଳତା ନିଶ୍ଚୟ ମିଳିବ। ମନରେ ନକାରାତ୍ମକ ଭାବନା ଆସିପାରେ। ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ମାମଲାରେ ବଡ଼ ଫଇସଲା ନେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ।

 

ମିଥୁନ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଲୋକେ ଆପଣଙ୍କ ଭଲ ସ୍ୱଭାବ ଲାଗି ଆକର୍ଷିତ ହେବେ। ବଡ଼ କାରବାରର ସଉଦା ହାତକୁ ଆସିପାରେ। ସଉଦାରେ ଯଥେଷ୍ଟ ଫାଇଦା ହେବ। ସନ୍ଧ୍ୟାରେ ପରିବାର ସହିତ ହୋଟେଲକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ସତ୍ୟନାରାୟଣ।

 


କର୍କଟ: କାମ ପ୍ରତି ଆପଣଙ୍କର ଉତ୍ସାହ ବଢ଼ିବ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ଆମଦାନିର ନୂଆ ସ୍ରୋତ ମିଳିପାରେ। ମହିଳାଙ୍କର ସାହିତ୍ୟ ଆଦିରେ ରୁଚି ବଢ଼ିବ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ସରସ୍ୱତୀ।

 

ସିଂହ: ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ। କାରବାରରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ଏବଂ ସଫଳ ହେବେ। ମିତ୍ରଙ୍କ ଠାରୁ ଭଲ ଖବର ମିଳିପାରେ। ପରିବାର ସହିତ ଭ୍ରମଣରେ ଯିବା ଲାଗି ଯୋଜନା କରିପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

 

କନ୍ୟା: ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ଆର୍ଥିକ ଲାଭ ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ବାହାନ ଚଳାଇବା ସମୟରେ ମୋବାଇଲରେ କଥା ହୁଅନ୍ତୁ ନାହିଁ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

 

 ତୁଳା: ରଚନାତ୍ମକ ଊର୍ଜାରେ ଭରା ରହିବେ। ପୁରୁଣା ବନ୍ଧୁଙ୍କ ସାକ୍ଷାତରୁ ଲାଭ ପ୍ରାପ୍ତ ହେବ। କଳାକାରଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ଫିଲ୍ମ ବା କାର୍ଯ୍ୟକ୍ରମରେ ଅନୁବନ୍ଧ ମିଳିବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ୱରୀ।

 

 

ବିଛା: ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିବ। ବ୍ୟବସାୟରେ ତ୍ଵରିତ ଫଇସଲା ଲାଭପ୍ରଦ ହେବ। ପରିବାରରେ କୌଣସି ବଡ଼ ଖୁସି ଆସିପାରେ। ପ୍ରେମ ସମ୍ବନ୍ଧ ଭଲ ରହିବ। ନୂଆ ଗାଡ଼ି କିଣିବା ପାଇଁ ମନ ବଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

 

ଧନୁ: ଦିନଟି ଉତ୍ସାହ ବର୍ଦ୍ଧକ ରହିବ। ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଭାବିଥିବା କାମ ପୂରା ହେବ। ବ୍ୟବସାୟରେ ଅଂଶୀଦାର ହେବା ପାଇଁ ସମୟ ଭଲ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ମଝିଘରିଆଣୀ।

 

ମକର: ବ୍ୟବସାୟ ଠିକ୍‌ ଢଙ୍ଗରେ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କର୍ତ୍ତୃପକ୍ଷଙ୍କୁ ଖୁସି କରାଇବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଜୀବନସାଥୀଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

 


କୁମ୍ଭ: ଆପଣଙ୍କ ଠାରୁ ବଡ଼ଙ୍କ ସେବା କରନ୍ତୁ; ସଫଳତା ପାଇବେ। ଯୋଜନାକୁ କ୍ରିୟାନ୍ଵିତ କରିବା ଲାଗି ବିଚାର କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ମୀନ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ଲାଗିରହିଥିବା ବିବାଦର ସମାଧାନ ହୋଇଯିବ। କୌଣସି କାମରୁ ବଡ଼ ଫାଇଦା ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କାଳୀଜାଈ।

ସମ୍ବନ୍ଧିତ ଖବର