ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତାର ନୂଆ ପାହଚରେ ପାଦ ରଖିବେ। ଆପଣଙ୍କ ପରାମର୍ଶ ଅନ୍ୟମାନେ ଗ୍ରହଣ କରିବେ। ନୂଆ ଚାକିରି ମିଳିବାର ସୁଯୋଗ ରହିଛି। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ପ୍ରେମ ଓ ରୋମାନ୍‌ସ ଲାଗି ଦିନଟି ଭଲ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

 

ବୃଷ: ବ୍ୟକ୍ତିତ୍ଵର ବିକାଶ ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼ଯନ୍ତ୍ର ରଚିବେ। ହେଲେ କିଛି କରିପାରିବେ ନାହିଁ। ରାଜନୀତିରେ ଲାଭ ପାଇବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

 


ମିଥୁନ: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟ ଧରି ନିଜର ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 


କର୍କଟ: ଭାଗ୍ୟ ଉଜ୍ଜ୍ଵଳ ରହିବ। କୌଣସି ବଡ଼ କାମରୁ ଆଜି ଫାଇଦା ହେବ। ଜୀବନସାଥୀ ଆପଣଙ୍କୁ ଖୁବ୍‌ ସୁନ୍ଦର ଉପହାର ଦେଇପାରନ୍ତି। ଛାତ୍ରଙ୍କୁ ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ସୁଫଳ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଗୁପ୍ତେଶ୍ୱର।

 

ସିଂହ: ଆଜି ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବନାହିଁ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ଅଫିସ୍‌ରେ ଆପଣ ନିଜକୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ଖେଳାଳିଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

 

କନ୍ୟା: ଖୁସ୍‌ ମିଜାଜର ରହିବେ। ଅନ୍ୟମାନଙ୍କ ସହିତ ହାସ୍ୟକୌତୁକ କରିବେ। ବୈଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ବଢ଼ିଆ ଚାକିରିର ସୁଯୋଗ ଆସିପାରେ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

 

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ। ପ୍ରତିଟି କ୍ଷେତ୍ରରେ ବିଜୟ ହାସଲ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ନୂଆ କାର୍ଯ୍ୟ ପାଇଁ ଚୁକ୍ତି କରିବେ। ରାଜନୀତିରେ ପଦପ୍ରାପ୍ତ ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

 

 

ବିଛା: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜ୍ଵୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଭଲ ଲଗିବ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଶୁଭରଙ୍ଗ:ଧଳା। ଆରାଧନା: ବାବା ଲିଙ୍ଗରାଜ।

 

ଧନୁ: ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍‌ ଭାବରେ ରଖିପାରେିବ। ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିବ। ଅଫିସ୍‌ରେ ଶାନ୍ତିର ବାତାବରଣ ରହିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା ଧବଳେଶ୍ୱର।

 

ମକର: ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ସ୍ୱଭାବରେ ବିନମ୍ର ହୋଇ ଗୁରୁଜନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ସୁଯୋଗ ପାଇବେ। ଅଜଣା ବ୍ୟକ୍ତିଙ୍କୁ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ।

 

କୁମ୍ଭ: ଲକ୍ଷ୍ୟ ଦିଗରେ ଏକାଗ୍ରତା ସହିତ ପରିଶ୍ରମ କରନ୍ତୁ। ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଷଡ଼ଯନ୍ତ୍ର ରଚିବେ। ତେଣୁ ସତର୍କ ରହନ୍ତୁ। ଚାକିରିଆଙ୍କୁ ନୂଆ ପ୍ରସ୍ତାବ ମିଳିବ। ପୁରୁଣା କଥା ଦାତ୍ୟ ଜୀବନୁ ମଧୁର କରିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।

 


ମୀନ: ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ଅବସର ପାଇବେ। ଅଫିସରେ ନୂଆ ପରିଯୋଜନାର କାମ କରିପାରନ୍ତି। ଭୂସଂପତ୍ତି କିଣିବା ପାଇଁ ଦିନଟି ଭଲ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ସମ୍ବନ୍ଧିତ ଖବର