ଜାଣନ୍ତୁ ଆଜିର ରାଶିଫଳ

0 2,305

ମେଷ: ଆଜି ଆପଣ ଯେଉଁ ଯୋଜନା ପ୍ରସ୍ତୁତ କରିବେ ସେଥିରୁ ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟୁତ୍‌ ଉପକରଣ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

ବୃଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଅଫିସରେ ନିଜର କଥା ଠିକ ଢଙ୍ଗରେ ରଖନ୍ତୁ; ସବୁ କାମ ପୂରା ହୋଇଯିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କିଟିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

ମିଥୁନ: ବାପାମାଆଙ୍କ ସହଯୋଗରେ ପରିସ୍ଥିତି ଅନୁକୂଳ ହେବ। କାରବାର ସମ୍ବନ୍ଧରେ ଭଲ ଖବର ପାଇବେ। ନେତାଙ୍କ ସହିତ ସଂପର୍କ ମଜଭୁତ ହେବ। ବିଦେଶରେ ଶିକ୍ଷା ଗ୍ରହଣ କରିବା ଲାଗି ସମୟ ଶୁଭ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଚନ୍ଦନେଶ୍ୱର।

କର୍କଟ: ଆଜି ଆପଣ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବେ। ପୁରୁଣା ମନୋକାମନା ପୂରା ହେବ। ସେୟାର କିଣିବା ବା ନୂଆ କାରବାରରେ ଅର୍ଥ ନିବେଶ ପାଇଁ ବିଚାର କରିବେ। ଆପଣ ନିଜର ସନ୍ତାନମାନଙ୍କ ସହିତ ସମୟ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 


ସିଂହ: ଧାର୍ମିକ କାର୍ଯ୍ୟରେ ସମୟ ବ୍ୟୟ କରିବେ। ଆପଣଙ୍କ ମନରେ ନୂଆ ନୂଆ ଯୋଜନା ଆସିବ। କାରବାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

କନ୍ୟା: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଯାହା ବି କାମ କରିବେ ସହଜରେ ପୂରା ହେବ। ଆପଣଙ୍କ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଜମି ଦଲାଲଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସମଲେଶ୍ୱରୀ।

 

Panda Mobile only

ତୁଳା: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଅଫିସରେ ଦିନଟି ଭଲରେ କଟିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ମଙ୍ଗଳା।

 

ବିଛା: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ବ୍ୟବସାୟ ଲାଗି ଭଲ ଅବସର ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ରାଜନୀତିରେ ପଦ ପ୍ରାପ୍ତ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

 

ଧନୁ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ଜମି କାରବାରରେ ନିବେଶ ପାଇଁ ବାପାଙ୍କ ସହଯୋଗ ପାଇବେ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ସାଇରାମ।

 


ମକର: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ ବାହନ କିଣିବା ଲାଗି ମନ ବଳିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। କୌଣସି ଶୁଭ ଖବର ପାଇବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ଶ୍ରୀକୃଷ୍ଣ।

 

କୁମ୍ଭ: ଦିନଟି ଆପଣଙ୍କ ଲାଗି ସହଜ ହେବ। ସ୍ଥଗିତ ଥିବା କାମ ପୂରା ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

 

ମୀନ: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ। ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ସନ୍ତାନଙ୍କ ଚିନ୍ତା ଦୂର ହେବ। ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।

ସମ୍ବନ୍ଧିତ ଖବର

Leave A Reply

Your email address will not be published.