ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗିରହିଥିବା ବିବାଦର ସମାଧାନ ହେବ। ପରିଚାଳନା କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଖୁସିର ସହିତ ଦିନଟି ଆରମ୍ଭ ହେବ। କୌଣସି କାମ ସହିତ ସ˚ଲଗ୍ନ ଯାତ୍ରା ଲାଭପ୍ରଦ ହେବ। ସାକ୍ଷାତ୍‌ ଆଲୋଚନା କୌଣସି ଖାସ୍‌ ଲୋକଙ୍କ ସହିତ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଆପଣ ସୁନ୍ଦର କଳ୍ପନାରେ ବିଭୋର ରହିବେ। ମହତ୍ତ୍ବପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବର୍ତ୍ତା ହେବେ। କାରବାରରେ କୌଣସୁି ଜରୁରୀ କାମ ପୂରା ହେବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ଆଜି ଭାଗ୍ୟ ଆପଣଙ୍କ ଉପରେ ଦୟାଳୁ ରହିବ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହିଲେ ଭଲ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସି˚ହ: ଦିନଟି ଉତ୍ସାହ ବର୍ଧକ ରହିବ। କ୍ୟାରିଅରରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଆପଣଙ୍କର ଆର୍ଥିକ ସ୍ଥିତି ବଢ଼ିଆ ରହିବ। ସିନେ କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ। ଦାଂପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ବିରଜା।

କନ୍ୟା: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାମ ଓ ପରିଶ୍ରମର ଆପଣଙ୍କୁ ସନ୍ତୋଷଜନକ ଫଳ ମିଳିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ମଜଭୁତ ହେବ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆଜି ଆପଣ ଊର୍ଜାବାନ ରହିବେ। ଯୋଜନା ପ୍ରସ୍ତୁତ କରିବେ ଏବ˚ ଯୋଜନା କ୍ରିୟାନ୍ବିତ କରିବାର ମନୋଭାବରେ ରହିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ଆପଣଙ୍କର ମାତା ପିତାଙ୍କ ସହିତ ମନ୍ଦିରକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ବିଛା: ବୈବାହିକ ଜୀବନରେ କିଛି କଥାକୁ ନେଇ ମତଭେଦ ହୋଇପାରେ। ମାନସିକ ଶାନ୍ତି ପ୍ରାପ୍ତ ଲାଗି ଆଧୢାତ୍ମିକତା ବୃଦ୍ଧି କରିପାରନ୍ତି। ନୂଆ କୌଶଳ ଆପଣଙ୍କର ବେପାରରେ ବୃଦ୍ଧି ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ଧନୁ: ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସି ପାଇବେ। ଘରକୁ ସଜାଇ ନୂତନତ୍ବ ଆଣିବେ। ଦୀର୍ଘ ଦିନରୁ ସ୍ଥଗିତ ଥିବା ଅଫିସ କାମ ପୂରା ହେବ। କ୍ରୀଡ଼ା କ୍ଷେତ୍ରର ଥିବା ବ୍ୟକ୍ତି ବିଷଶଷଙ୍କୁ ଲାଭର ସୁଯୋଗ ମିଳିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ଆପଣ ନିଜର ଧୢାନ କୌଣସି ନୂଆ କାମରେ ଲଗାଇବେ। ବ୍ୟାବସାୟିକ କାମ ଲାଗି ଯାତ୍ରା କରିବାକୁ ପଡ଼ିପାରେ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଘରର ମାହୋଲ୍‌ ଭଲ ରହିବ। ଶୁଭରଙ୍ଗ: କଫି। ଆରାଧନା:ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କ ମସ୍ତିଷ୍କରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କର ସାକ୍ଷାତ୍‌ ଆଲୋଚନା ସାହାଯ୍ୟ କରିବା ଲୋକଙ୍କ ସହିତ ହେବ। ଆଇନକାନୁନ ମାମଲା ସମାଧାନ ହୋଇପାରେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀଗଣେଶ।

ମୀନ: ଆତ୍ମ ଚିନ୍ତନରେ ଅଧିକ ସମୟ କଟିବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟପ୍ରାପ୍ତ ହେବ। ଅଫିସରେ କାମର ବୋଝ ଟିକେ ବଢ଼ିପାରେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବର୍ତ୍ତା ହେବେ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ସାଇରାମ।

ସମ୍ବନ୍ଧିତ ଖବର