ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ଆପଣଙ୍କୁ କୌଣସି ଖୁସି ଖବର ମିଳିବ। ନୂତନ କାରବାରରେ ପଇସା ଲଗାଇବା ପାଇଁ ଭାବି ପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତା ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।

ବୃଷ: କୌଣସି କଥାକୁ ନେଇ ଭାଇଭଉଣୀଙ୍କ ସହିତ ମତଭେଦ ହୋଇପାରେ। ବେପାର ବୃତ୍ତିରୁ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କିଛି ସ˚କ୍ରାନ୍ତରେ ବଡ଼ଙ୍କ ପରାମର୍ଶ କାମରେ ଆସିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସୁରେଶ୍ବରୀ।

ମିଥୁନ: ଆଗକୁ ବଢ଼ିବାର ଦିନଟିଏ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ଭଲ ଫଳାଫଳ ପ୍ରାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଭଲ ପ୍ରଦର୍ଶନ ହେତୁ ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଶୁଭରଙ୍ଗ: ମେରୁନ। ଆରାଧନା: ସନ୍ତୋଷୀ ମାତା।

କନ୍ୟା: ପୂରା ଦିନ ଊର୍ଜା ଭରା ରହିବେ। ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ବ୍ୟବସାୟ ସ˚କ୍ରାନ୍ତରେ ରାଜ୍ୟ ବାହାରକୁ ଯାତ୍ରା କରିବେ। ଘରକୁ ଅଚାନକ କୌଣସି ଅତିଥି ଆସିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ତାରିଣୀ।

ତୁଳା: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହ ପ୍ରେମ ପ୍ରସଙ୍ଗଯୁକ୍ତ ସନ୍ଧ୍ୟା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆର୍ଥିକ ରୂପେ ଆଗକୁ ବଢ଼ିବାରେ ସୁଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କୌଣସି ଶୁଭ ସମାଚାର ପ୍ରାପ୍ତି ହେବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ସମଲେଶ୍ବରୀ।

ଧନୁ: ଆପଣଙ୍କ ସମସ୍ୟାର ସମାଧାନ ଖୋଜିବାରେ ସଫଳ ରହିବେ। ପରିବାର ପକ୍ଷରୁ ଆପଣଙ୍କୁ ସ˚ପୂର୍ଣ୍ଣ ରୂପେ ସହଯୋଗ ମିଳିବ। କ˚ପ୍ୟୁଟର ଇ˚ଜିନିୟରଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ମକର: ଅଫିସ ଯିବା ସମୟରେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରି ସହିତ ଯୁକ୍ତିତର୍କ ହୋଇପାରେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଖୋଦକୁ ଊର୍ଜାବାନ ଅନୁଭବ କରିବେ। ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବାର ସମ୍ଭାବନା ରହିଛି। ପରିବାରର ସବୁ ସଦସ୍ୟଙ୍କ ଭରପୂର ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମୀନ: ଆପଣଙ୍କ ମନ ବେପାର ବୃତ୍ତିରେ ଲାଗି ରହିବ। ଭାଗୀଦାରିଙ୍କ ସହଯୋଗ ମିଳିବାର ଯୋଗ ରହିଛି। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରର ବାତାବରଣରେ ପ୍ରସନ୍ନତା ବଜାୟ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ସାଇରାମ।

ସମ୍ବନ୍ଧିତ ଖବର