ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଧୁରା କାମ ପୂରା ହେବ। ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ। ଜମି ଦଲାଲଙ୍କ ପାଇଁ ଦିନଟି ଶୁଭ ରହିବ। ଯୁବକଙ୍କୁ ଚାକିରି ସମ୍ବନ୍ଧିତ ସୂଚନା ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣଙ୍କ ବ୍ୟବହାରରେ ଲୋକଙ୍କ ମନ ଜିଣିବେ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ଗଣମାଧ୍ୟମ ଓ ସଂଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କର ପ୍ରଗତି ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ମାଆବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ; ଯାହା ଦ୍ଵାରା ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ପାଟଣେଶ୍ୱରୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଖୁବ ଭଲ ରହିବ। ସରକାରୀ କ୍ଷେତ୍ରରେ ଆପଣଙ୍କର ଆଶା ପୂରଣ ହେବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମାଆଙ୍କ ଠାରୁ ଶୁଭ ଖବର ପାଇବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ତାରିଣୀ।

ସିଂହ: କୌଣସି ଖବର ପାଇ ମନ ବିଚଳିତ ହୋଇପାରେ। ଧୈର୍ଯ୍ୟ ରଖନ୍ତୁ, ନିଜର ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ଆବଶ୍ୟକତା ଠାରୁ ଖର୍ଚ୍ଚ ଅଧିକ କରନ୍ତୁ ନାହିିଁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ନେତା ଆପଣଙ୍କୁ ନୂଆ କାମ ଅର୍ପଣ କରିବେ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିମଳା।


ତୁଳା: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ବ୍ୟବସାୟରେ ମନୋନୁକୂଳ ସଫଳତା ପାଇବେ। ପରିବାରରେ ସମ୍ମାନ ପାଇବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ବିଛା: ଖୁସ୍‌ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଶତ୍ରୁଙ୍କ ଗତିବିଧି ଉପରେ ଦୃଷ୍ଟି ଦିଅନ୍ତୁ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ଧନୁ: ଜୀବନରେ କ’ଣ ପାଇଛନ୍ତି ଓ କ’ଣ ହରାଇଛନ୍ତି ସେହି ଚିନ୍ତାରେ ଅଧିକ ସମୟ ବିତିବ। ବନ୍ଧୁଙ୍କ ସହିତ ବସି ବ୍ୟବସାୟ ସମ୍ବନ୍ଧରେ କଥାବାର୍ତ୍ତା କରିବେ। ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ବଗଳାମୁଖୀ।

ମକର: ଆପଣଙ୍କ ପାଇଁ ଦିନଟି ଅନୁକୂଳ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ଆପଣଙ୍କୁ କେହି ଅଚାନକ ଉପହାର ଦେବେ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। ସନ୍ତାନଙ୍କ ସହିତ ସମୟ ଭଲରେ କଟିବ। ଅଫିସରେ ଆପଣଙ୍କର କୌଣସି କାମର ପ୍ରଶଂସା ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ହର ପାର୍ବତୀ।

ମୀନ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ୱର।

ସମ୍ବନ୍ଧିତ ଖବର