ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘରେ ରହି ଜରୁରୀ କାମ ସ˚ପୂର୍ଣ୍ଣ କରିବେ। ସାହିତ୍ୟିକ ଓ କଳାକାରମାନେ ନୂତନ କୃତି ରଚନା କରିବେ। ଘରେ ଖୁସିର ମାହୋଲ ରହିବ।

ବୃଷ: ମେକାନିକାଲ୍‌ ଇ˚ଜିନିୟରଙ୍କ ଲାଗି ସଫଳତାର ଦିନଟିଏ। ପରିବାରର ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବ୍ୟସ୍ତ ରହିବେ।

ମିଥୁନ: ପୁରୁଣା ବନ୍ଧୁଙ୍କ ସହ ବାର୍ତ୍ତାଳାପରେ ସମୟ କଟିବ। ପ୍ରଭୁଙ୍କ ଆରାଧନାରେ ଚିନ୍ତାରୁ ମୁକ୍ତି ମିଳିବ। ପରିବାରର ସବୁ ସଦସ୍ୟଙ୍କ ମଧୢରେ ପ୍ରେମ ବଢ଼ିବ।

କର୍କଟ: ଛାତ୍ରଛାତ୍ରୀ ପାଠପଢ଼ାର ନୂଆ ପଦ୍ଧତି ଅବଲମ୍ବନ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବରିଷ୍ଠଙ୍କ କଥା ମାନିବା ଦ୍ବାରା ସୁରକ୍ଷିତ ରହିବେ।

ସି˚ହ: ଭବିଷ୍ୟତ ପାଇଁ ଯୋଜନା ତିଆରି କରିବେ। କଳା କ୍ଷେତ୍ରରେ ମନୋନିବେଶ କରିବେ। ଦମ୍ପତ୍ତିଙ୍କ ଘନିଷ୍ଠତା ବଢ଼ିବ।

କନ୍ୟା: ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ। କଥାବାର୍ତ୍ତା ବେଳେ ବିନମ୍ର ଭାବ ରଖନ୍ତୁ। ଅନ୍‍ଲାଇନ୍ ଅର୍ଥ କାରବାର ବେଳେ ସତର୍କ ରୁହନ୍ତୁ।

ତୁଳା: ସ୍ଥଗିତ କାମ ସ˚ପୂର୍ଣ୍ଣ କରିବା ଲାଗି ଭଲ ଅବସର ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ସନ୍ତାନ ଆପଣଙ୍କୁ ଶୁଭ ସମାଚାର ଦେବେ।

ବିଛା: ପ୍ରଭୁଙ୍କ ଧୢାନ ଦ୍ବାରା ମନରେ ସକରାତ୍ମକ ଶକ୍ତି ସ˚ଚାର ହେବ। ଜରୁରୀ କାମ ସ˚ପୂର୍ଣ୍ଣ କରିବା ଲାଗି ପୂର୍ବ ପ୍ରସ୍ତୁତି କରିବେ। ପରିବାରରେ ନୂଆ ପରିବର୍ତ୍ତନ ଆସିବ।

ଧନୁ: ଆଧ୍ୟାତ୍ମିକ ଦିଗକୁ ମନ ଆକର୍ଷିତ ହେବ। ରୋଷେଇ ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ମକର: ଆତ୍ମସମୀକ୍ଷା କରି ଭବିଷ୍ୟତ ପାଇଁ ଯୋଜନା ବନାଇବେ। ପଡ଼ୋଶୀ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ପୁରୁଣା ବନ୍ଧୁଙ୍କ ସହ ସ୍ମୃତିଚାରଣ କରିବେ।

କୁମ୍ଭ: ବହୁ ଦିନ ପରେ ବହିପଢ଼ା ଅଭ୍ୟାସକୁ ଫେରିବେ। ସାମାଜିକ କାର୍ଯ୍ୟ ପାଇଁ ଦାନ ଦେବେ। ଛାତ୍ରଛାତ୍ରୀମାନେ ମନୋରଂଜନରେ ଅଧିକ ସମୟ କାଟିବେ।

ମୀନ: ଫୋନ୍‍ରେ ଆଲୋଚନା ଦ୍ବାରା ପୁରୁଣା ବିବାଦ ତୁଟିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଯୋଜନା ପ୍ରସ୍ତୁତି ପାଇଁ ଶୁଭ ଅବସର ରହିଛି।

ସମ୍ବନ୍ଧିତ ଖବର