ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କର କାମ ବଡ଼ ଆରାମରେ ପୂରା ହେବ। ରାଜନୀତିରେ ସାକ୍ଷାତ୍‌ ଆଲୋଚନା ଭଲ ରହିବ। ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଦୁଃଖୀ ଲୋକମାନଙ୍କୁ ସହାୟତା କରିବେ। ଅଫିସରେ ଆପଣଙ୍କର କତ୍ତୃର୍ତ୍ବ ବଢ଼ିବ। ବେପାର ବଣିଜରେ ଉନ୍ନତି ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା କପିଳାସ।

ମିଥୁନ: ସକାରାତ୍ମକ ଭାବନାରେ ରହନ୍ତୁ। ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: କ୍ୟାରିୟର ଲାଗି ଭଲ ଦିନଟିଏ। ଆପଣଙ୍କୁ ପରିବାରର ପୂରା ସହଯୋଗ ମିଳିବ। ଉଧାର ଦେଇଥିବା ପଇସା ମିଳିବାର ଆଶା ରହିଛି। କାରବାରରେ କୌଣସି ନୂଆ ସଉଦା ହେବ। ବିଦ୍ୟାର୍ଥୀଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସି˚ହ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। କୌଣସି କାନୁନ ମାମଲାରେ ସାହାଯ୍ୟ ମିଳିବ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣ ନିଜର ବନ୍ଧୁ ମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଦିନଟି ଉଢ଼ାଣ ଗଢ଼ାଣ ଭରା ରହିବ। କାର୍ଯ୍ୟ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜିବ ଯାହା ଦ୍ବାରା ଆପଣଙ୍କୁ ବ୍ୟଥା ହେବ। ଆର୍ଥିକ ମାମଲାକୁ ନେଇ ଟିକେ ସତର୍କ ରହନ୍ତୁ। ଅବିବାହିତ ଲୋକଙ୍କୁ ଭଲ ଖବର ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ। କିଛି ଲୋକଙ୍କର ସମୃଦ୍ଧି କରାଇବେ। ବେପାର ବଣିଜରେ ପ୍ରଚୁର ଲାଭ ପାଇବେ। ଘରକୁ ମିତ୍ରଙ୍କ ଆଗମନ ହେତୁ ଖୁସିର ମାହୋଲ ହେବ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା କପିଳାସ।

ବିଛା: ଦିନଟି ଧନ ବର୍ଷା କରିବ। ଆପଣଙ୍କର ଉନ୍ନତି ହେତୁ ପରିବାରରେ ଖୁସିର ବାତାବରଣ ରହିବ। ନୂଆ ଜମି କିଣିବା ଲାଗି ଦିନଟି ଭଲ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ଧନୁ: ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କାରବାରକୁ ବଢ଼ାଇବା ପାଇଁ ନୂଆ ପରାମର୍ଶ ମିଳିପାରେ। ଚାକିରିଆଙ୍କ ଲାଗି ଲାଭର ସ୍ଥିତି ଉତ୍ପନ୍ନ ହେବ। ସାମାଜିକ କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।

ମକର: ପରିବାରରେ କୌଣସି ବଡ଼ଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ଆପଣଙ୍କର କୌଣସି ଇଚ୍ଛା ନିଶ୍ଚୟ ପୂରା ହେବ। ଯାତ୍ରା ଆପଣଙ୍କୁ ଶିଥିଳତା ଓ କ୍ଳେଶ ଦେବ। କାହାରିକୁ ଅତିଶୀଘ୍ର ବନ୍ଧୁ କରନ୍ତୁ ନାହିିଁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହେବ। କୌଣସି ବ୍ୟକ୍ତି ଆପଣଙ୍କୁ ଅଧିକ ଫାଇଦା ଦେବ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁବ୍‌ ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନ: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ନୂଆ ଅବସର ମିଳିବ। କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ଇ˚ଜିନିୟର ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର