ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଆୟ ବୃଦ୍ଧି ହେବ। ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କ ଲାଗି ଶୁଭ ସ˚କେତ ନେଇ ଆସିବ। ଆପଣଙ୍କ ଠାରୁ ବଡ଼ଙ୍କ ସେବା କରନ୍ତୁ; ସଫଳତାର ରାସ୍ତା ଉନ୍ମୁକ୍ତ ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।


ମିଥୁନ: ପିତାମାତାଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟବସାୟ ବିସ୍ତାର ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ହନୁମାନ।

କର୍କଟ: ପାରିବାରିକ ମାମଲାରେ କିଛି ଅସୁବିଧା ହୋଇପାରେ। କୌଣସି ଜରୁରୀ କାମରେ ବ୍ୟସ୍ତ ରହିବେ। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ଘର ଓ ଅଫିସକୁ ସଜାଇ ନୂତନତ୍ବ ଆଣିବେ। ସ୍ଥଗିତ ଥିବା କାମ ଲୋକଙ୍କ ସାହାଯ୍ୟ ପାଇ ପୂରା କରିବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

କନ୍ୟା: ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ। ଚାକିରି ବୃତ୍ତିରେ ମନ ପ୍ରାଣ ଢାଳି କାମ କରିବେ। ଆପଣଙ୍କ ବ୍ୟବହାର ବହୁତ ମଧୁର ରହିବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ତୁଳା: ଆପଣଙ୍କ ମନୋବଳରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ। କମ୍ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଧର୍ମକର୍ମ କରନ୍ତୁ; ଆପଣଙ୍କୁ ଲାଭ ମିଳିବ। ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଆପଣଙ୍କର କୌଣସି ଆଶା ପୂରଣ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁ: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। କୌଣସି କ˚ପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

ମକର: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ କରିବାର ପ୍ରେରଣା ମିଳିବ। ପରିବାରରେ ଖୁସିର ମାହୋଲ ରହିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

କୁମ୍ଭ: ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ସ˚ଚାର ହେବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ। ଅଫିସରୁ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀ ମାତା।

ମୀନ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଯେଉଁ କାମ କରିବେ ସଫଳତା ପାଇବେ। ଓକିଲଙ୍କ ପାଇଁ ଦିନଟି ଭଲ। ଆର୍ଥିକ ଲାଭ ମିଳିବା ହେତୁ ଖୁସି ରହିବେ। ଘର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ସମ୍ବନ୍ଧିତ ଖବର