ମେଷ: ଆପଣଙ୍କ ଯୋଜନାରେ ଅନ୍ୟମାନେ ସହମତ ହେବେ। ବ୍ୟବସାୟରେ ଅଚାନକ ଲାଭ ହୋଇପାରେ। ବହୁଦିନ ପରେ ପୁରୁଣା ବନ୍ଧୁଙ୍କ ସହ ବାର୍ତ୍ତାଳାପ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ସକରାତ୍ମକ ପରିବର୍ତ୍ତନ ଦ୍ବାରା ଜୀବନ ସରଳ ହେବ। ଆଜି କରିଥିବା କାମରୁ ଭବିଷ୍ୟତ୍ରେ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ।
ମିଥୁନ: ପରିବାର ସହିତ ଅଧିକ ସମୟ ବିତେଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ।
କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ଆପଣଙ୍କ ପାଇଁ ନୂଆ ସୁଯୋଗ ରହିଛି। କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।
ସି˚ହ: ସଠିକ୍ ପଦକ୍ଷେପ ନେବା ସହଜ ହେବ। ଅଫିସରେ ନୂଆ ଯୋଜନା କରିବେ। ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ।
କନ୍ୟା: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ଆପଣଙ୍କୁ ବଡ଼ କ˚ପାନି ସହ ଚୁକ୍ତିର ସୁଯୋଗ ମିଳିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହ ସୁଖଦ ସମୟ ବିତାଇବେ।
ତୁଳା: ଆପଣଙ୍କର ଦାୟିତ୍ବ ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ।
ବିଛା: ନକରାତ୍ମକ ଚିନ୍ତାଧାରା ସମାପ୍ତ ହେବ। ଆପଣଙ୍କୁ କୌଣସି ନୂଆ ଜିନିଷ ଶିଖିବାର ସୁଯୋଗ ମିଳିବ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ।
ଧନୁ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ ବିଶ୍ବାସ ଜିଣିବାରେ ସଫଳ ହେବେ। ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମକର: ସମୟରେ କାର୍ଯ୍ୟ ପୂରା ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଚାକିରିରେ ବିଶେଷ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ।
କୁମ୍ଭ: ଆଜି ଆପଣଙ୍କର ଉତ୍ସାହ ବଢ଼ିବ। ଆପଣଙ୍କୁ କାମ ଓ ପରିଶ୍ରମର ପୂରା ଲାଭ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।
ମୀନ: ଆପଣ ଉତ୍ତମ ବ୍ୟବହାର ଦ୍ବାରା ଲୋକଙ୍କ ହୃଦୟ ଜିଣିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ମିଳିବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ।