ଗ୍ରିନ୍ କଫି ପିଇ କମ କରନ୍ତୁ ଓଜନ: ଶରୀରକୁ ମିଳିବ ଶକ୍ତି; ଦୂର ହେବ ଅନେକ ରୋଗ

ଶୀତ ଦିନେ ଲୋକମାନେ ନିଜ ଶରୀରକୁ ଗରମ ଅନୁଭବ ଦେବା ପାଇଁ ଚା’ ବା କଫି ପିଇଥାନ୍ତି । କିଛି ଲୋକ ନିଜ ସକାଳର ଆରମ୍ଭ ଚା’ ପିଇ ଆରମ୍ଭ କରିଥାନ୍ତି; ତ କିଛି ଲୋକ କଫି ପିଇ ନିଜ ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି । କିନ୍ତୁ କଫି ପିଇବା ଦ୍ୱାରା ଶରୀରର ଓଜନ ହ୍ରାସ ହେବା କଥା ଆପଣ କେବେ ଶୁଣିଥିଲେ କି? ଆଜ୍ଞା ହଁ! ଗ୍ରିନ୍‌ କଫି ପିଇବା ଦ୍ୱାରା ଶରୀରର ଓଜନ କମ ହୋଇଥାଏ । ଯେଉଁମାନେ ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି, ସେମାନେ ଗ୍ରିନ୍‌ କଫି ପିଇବା ଆରମ୍ଭ କରି ପାରିବେ । ଏହା ଓଜନ କମ କରିବା ସହ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…

satvyk.com

୧.ଗ୍ରିନ୍‌ କଫି ବିନ୍ସରେ ଆଣ୍ଟି-ଅକ୍ସିଡ଼ାଣ୍ଟର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଆସୁଥିବା ସବୁ ହାନୀକାରକ ପଦାର୍ଥକୁ ଦୂର କରିବା ସହ ଶରୀରକୁ ସୁସ୍ଥ ରଖିଥାଏ ।

୨.ଗ୍ରିନ୍‌ କଫି ବିନ୍ସରେ କ୍ଲୋରୋଜେନିକ୍‌ ଏସିଡ୍‍ ରହିଥାଏ । ଯାହା ଶରୀରର ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଦ୍ୱାରା ଶରୀରର କୋଷିକାଗୁଡ଼ିକ ସୁସ୍ଥ ରହିଥାଏ ।

Related image
stylecraze.com

୩. ଗ୍ରିନ୍‌ କଫି ବିନ୍ସ ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିବା ସହ ମଧୁମେହ ହେବାର ଆଶଙ୍କାକୁ କମ କରିଥାଏ ।

୪.ମଧୁମେହ ସହ ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ସହ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ହେଉଥିବା ହୃଦ୍‌ଘାତ, କ୍ରୋନିକ୍‌ କିଡନି ଫେଲିୟର ଭଳି ସମସ୍ୟାକୁ ମଧ୍ୟ ଏହା ବହୁ ମାତ୍ରରେ ରୋକିଥାଏ ।

ସମ୍ବନ୍ଧିତ ଖବର