ଜିଭରେ କିମ୍ବା ସଂକ୍ରମଣ ହୋଇଛି କି? କରନ୍ତୁ ଏଭଳି ଘରୋଇ ଉପଚାର

ଜିଭରେ ଘା’ ହୋଇଛି କି ସେଥିରେ ସଂକ୍ରମଣ ହୋଇଛି। ସେଥିରୁ ଯଦି ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ସାଧାରଣ ଉପାୟ ଅବଲମ୍ବନ କରିପାରନ୍ତି।

ଯେତେବେଳେ ଜିଭ ଲାଲ୍‌ ରଙ୍ଗ ହୋଇଥାଏ,ସେତେବେଳେ ଜାଣନ୍ତୁ ପାଚନ ତନ୍ତ୍ରରେ କିଛି ସମସ୍ୟା ଅଛି। ଯଦି ଜିଭରେ ନୀଳ ବା କଳାଦାଗ ଅଛି,ତେବେ ସଂକ୍ରମଣର ଆଶଙ୍କା ରହିଛି।

ଏଥିରୁ ରକ୍ଷା ପାଇବା ଲାଗି ପାଣିରେ ନିମ୍ବ ପତ୍ରକୁ ଫୁଟାଇ ସେହି ପାଣିରେ କୁଳୁକୁଞ୍ଚା କରିବାକୁ ପଡ଼ିଥାଏ। ଯଦି ଜିଭରେ କଳାଦାଗ ହୋଇଛି ଏବଂ ସେଥିରୁ ରକ୍ଷା ପାଇବାକୁ ହେଲେ ପ୍ରତିଦିନ ଗୋଟିଏ ସପୁରି ଖାଆନ୍ତୁ। ସପୁରି ଖାଇବା ପରେ ଜିଭରେ ଥିବା ଦାଗ ଦୂର ହୋଇଥାଏ।

ଜିଭରେ ଯଦି କଳାଦାଗ ହେଉଥିବ,ତେବେ ଜିଭରେ ଅଦା ଖଣ୍ଡକୁ କିଛି ସମୟ ଯାଏଁ ରଖନ୍ତୁ। ଏହାଫଳରେ କଳାଦାଗ ଦୂର ହୋଇଯିବ।

ଜିଭର ଯେକୌଣସି ସମସ୍ୟା ଥିଲେ ,ଦୁଇଖଣ୍ଡ ଡାଲଚିନି ଓ ୪ଟି ଲବଙ୍ଗକୁ ପାଣିରେ ଫୁଟାନ୍ତୁ। ସେହି ପାଣିକୁ ଥଣ୍ଡା କରି ପିଅନ୍ତୁ,ଦେଖିବେ ଜିଭରେ ଥିବା ଦାଗ ଦୂର ହୋଇଯିବ।

 

 

 

ସମ୍ବନ୍ଧିତ ଖବର