ମାତ୍ରାଧିକ ଗୁଡ଼ ଖାଇଲେ ଜାଣନ୍ତୁ ତାହା ଆମର କି ଅନିଷ୍ଟ କରିପାରେ !

ଆମ ଭିତରୁ କିଛି ଲୋକ ଅଛନ୍ତି, ଯେଉଁମାନେ ଚିନି ଅପେକ୍ଷା ଗୁଡ ଖାଇବାକୁ ଭଲ ପାଆନ୍ତି। ସେମାନେ ଭାବନ୍ତି ଏହା ଅଧିକ ସ୍ୱାସ୍ଥ୍ୟ ପ୍ରଦ। ଆୟୁର୍ବେଦ ରେ ମଧ୍ୟ ଗୁଡ଼କୁ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ମାତ୍ରାଧିକ ଗୁଡ଼ ଖାଇଲେ, ତାହା ଆପଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଆସନ୍ତୁ ଜାଣିବା ମାତ୍ରାଧିକ ଗୁଡ଼ ସେବନ କଲେ, ତାହା ଆମର କି କ୍ଷତି କରିପାରେ

ଓଜନ ବଢିପାରେ: ୧୦୦ ଗ୍ରାମ୍‌ ଗୁଡରେ ୩୮୫ କ୍ୟାଲୋରି ଥାଏ। ଏଣୁ ଯେଉଁମାନେ ଓଜନ କମ୍‌ କରିବା ପାଇଁ ଡାଏଟିଂ କରନ୍ତି, ସେମାନେ ଗୁଡ଼ ଖାଇବା ଅନୁଚିତ।

ବ୍ଲଡ୍‌ ସୁଗାର ବଢିବାର ଭୟ: ଗୁଡ଼, ଚିନି ଅଧିକ ମିଠା ଓ ପୁଷ୍ଟିକର। କିନ୍ତୁ ଅଧିକ ମାତ୍ରାରେ ଗୁଡ଼ ଖାଇଲେ ବ୍ଲଡସୁଗାର ସମସ୍ୟା ମଧ୍ୟ ଉପୁଜିପାରେ। ମନେ ରଖନ୍ତୁ ୧୦ ଗ୍ରାମ ଗୁଡ଼ରେ ୯.୭ ଗ୍ରାମ୍‌ ଶର୍କରା ଥାଏ।

ବଦହଜମିର ଶିକାର ହୋଇପାରନ୍ତି: ଯଦି ତାଜା ଗୁଡ଼ ଖାଆନ୍ତି, ତେବେ ଆପଣ ବଦହଜମିର ଶିକାର ହୋଇପାରନ୍ତି। ଏପରିକି ଆପଣଙ୍କର ତରଳ ଝାଡା ମଧ୍ୟ ହୋଇପାରେ।ନାକରୁ ରକ୍ତ ବାହାରେ: ମାତ୍ରାଧିକ ଗୁଡ଼ ଖାଇଲେ ଖରାଦିନେ ନାକରୁ ରକ୍ତ ବାହାରିବାର ଆଶଙ୍କା ରହିଥାଏ। ଏହି କାରଣରୁ ଖରାଦିନେ ଗୁଡ଼ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

ସମ୍ବନ୍ଧିତ ଖବର