ଗୋଡ଼ ଆଙ୍ଗୁଠି ଛୁଇଁ ଜାଣନ୍ତୁ ଆପଣଙ୍କର ହାର୍ଟ ପ୍ରୋବ୍‌ଲେମ୍‌ ଅଛି କି, ନାହିଁ

ଆଜିକାଲି ହାର୍ଟ ପ୍ରୋବ୍‌ଲେମ୍‌ ବା ହୃଦ୍‌ରୋଗ ଭୟ କାହାର ନାହିଁ! ହୃଦ୍‌ପିଣ୍ଡ ସମସ୍ୟା ଏଡ଼ାଇବା ପାଇଁ ଲୋକେ ଉତ୍ତମ ତେଲରେ ରୋଷେଇବାସ କରିବା ସହ ସକ୍ରିୟ ଜୀବନଯାପନ କରୁଛନ୍ତି। ଏ ସବୁ ବାଦ୍‌ ଅନେକେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଉଛନ୍ତି। ମାତ୍ର ଏହା ବ୍ୟୟସାପେକ୍ଷ ହୋଇଥିବାରୁ ସମସ୍ତଙ୍କ ପାଇଁ ସୁବିଧାଜନକ ହୋଇ ନ ଥାଏ।

ପ୍ରକୃତରେ ହୃତ୍‌ପିଣ୍ଡରେ କୌଣସି ସମସ୍ୟା ଅଛି କି, ନାହିଁ ଘରେ ନିଜେ କେତୋଟି କୌଶଳ ପ୍ରୟୋଗ କରି ମଧ୍ୟ ଜାଣି ପାରିବେ। ଯଦି ଥାଏ ତେବେ ଡାକ୍ତରଙ୍କ ପାଖକୁ ଯିବେ।

ଚଟାଣରେ ଗୋଡ଼ ଲମ୍ବାଇ ବସିବା ପରେ ପାଦ ଆଙ୍ଗୁଠି ସବୁ ଉପର ମୁହାଁ କରି ଟେକି ରଖନ୍ତୁ। ଏଥର ଆଣ୍ଠୁ ନ ଭାଙ୍ଗି ନିଜ ଦୁଇ ହାତ ବଢ଼ାଇ ଗୋଡ଼ ଆଙ୍ଗୁଠି ଛୁଅଁନ୍ତୁ। ଯଦି ସହଜରେ ଗୋଡ଼ ଆଙ୍ଗୁଠି ଛୁଇଁ ହୋଇ ଗଲା, ଜାଣନ୍ତୁ ହୃତ୍‌ପିଣ୍ଡର ଅବସ୍ଥା ଅତି ଭଲ ଅଛି। ଯଦି ଛୁଇଁବାକୁ କଷ୍ଟ ହୁଏ, ଜାଣନ୍ତୁ ରକ୍ତଚାପ ବଢ଼ି ଯାଉଛି। ଏ କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କୁ ଭେଟିବା ଅପରିହାର୍ଯ୍ୟ।

୨୦ ରୁ ୮୩ ବର୍ଷ ବୟସ ମଧ୍ୟରେ ୫୨୬ ଜଣଙ୍କୁ ନେଇ ଉତ୍ତର ଟେକ୍ସାସ୍‌ରେ ଥିବା ଆମେରିକାନ୍‌ ଫିଜିଓଲଜିକାଲ୍‌ ସୋସାଇଟି କରିଥିବା ଷ୍ଟ୍ରେଚ୍‌ ଏକ୍ସର୍‌ସାଇଜ୍‌ ଉପରେ ଅଧ୍ୟୟନ କରିଥିଲା। ଅଂଶଗ୍ରହଣକାରୀମାନେ ଷ୍ଟ୍ରେଚ୍‌ ଏକ୍ସର୍‌ସାଇଜ୍‌ କରିବା ସମୟରେ ସେମାନଙ୍କର ଶିରା ଓ ଧମନୀର ରକ୍ତଚାପ ଓ ହୃଦ୍‌ପିଣ୍ଡର କାର୍ଯ୍ୟକଳାପ ଆଦିର ମାପ ନିଆଯାଇଥିଲା।

ସମ୍ବନ୍ଧିତ ଖବର