ଟ୍ରାଫିକ୍‌ର କର୍କଶ ଶବ୍ଦ ବି ମୋଟାପାର କାରଣ

ଏ ଯାଏଁ ଆମେ ଜାଣିଥିଲୁ ଯେ,ମୋଟାପା ବା ମେଦ ବହୁଳତାର କାରଣ ହେଲା ଖାଦ୍ୟ ଓ ହରମୋନ୍‌। କିନ୍ତୁ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ,ଟ୍ରାଫିକ୍‌ର ଘୋ’ଘା ଶବ୍ଦ ବି ମୋଟାପାର ଅନ୍ୟତମ ମୁଖ୍ୟତମ କାରଣ ବୋଲି ଏବେ ଜଣାଗଲାଣି।

ଗବେଷକମାନଙ୍କ ମତ ଅନୁଯାୟୀ ଅଧିକ ସମୟ ଯାଏଁ ଟ୍ରାଫିକର  ଘୋ’ଘା ଶବ୍ଦ ଭିତରେ ରହିଲେ ମଧ୍ୟ ଜଣେ ବ୍ୟକ୍ତି ସହଜରେ ମୋଟାପାର ଶିକାର ହୋଇଥାଏ। ଯେଉଁମାନେ ଯେତେ ଅଧିକ  ସମୟ ଯାଏଁ ଟ୍ରାଫିକ୍‌ ଭିତରେ ରହନ୍ତିି,ସେମାନେ ସେତେ ଅଧିକ ଓ ଶୀଘ୍ର ମୋଟାପାର ଶିକାର ହୋଇଥାଆନ୍ତି। ଏହି ଗବେଷଣାରୁ ଆହୁରି  ଗୋଟିଏ କଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ୧୦ ଡେସିବଲ ଶବ୍ଦରେ ରହୁଥିବା ଲୋକଙ୍କଠାରେ ୧୭ ପ୍ରତିଶତ ଯାଏଁ ବୃଦ୍ଧି  ହୋଇଥାଏ।

s this

ଏନ୍‌ଭାୟାର୍ଣ୍ଣମେଣ୍ଟ ଇଣ୍ଟରନେସନାଲରେ ପ୍ରକାଶିତ ଏହି ଗବେଷଣା ସନ୍ଦର୍ଭିରେ ଆହୁରି ବି ଉଲ୍ଲିଖିତ ରହିଛି କି ଅଧିକ ସମୟ ଯାଏଁ ଟ୍ରାଫିକ୍‌ର ଘୋ’ ଘା ଶବ୍ଦ ଭିତରେ ରହିଲେ ମାନସିକ ଚାପ ଓ ଉଚ୍ଚ ରକ୍ତଚାପର ଆଶଙ୍କା ବି ବଢ଼ିଥାଏ। ଏପରିକି ହୃଦ୍‌ରୋଗର ଆଶଙ୍କା ବି ରହିଛି।

 

 

ସମ୍ବନ୍ଧିତ ଖବର