ଭୂତାଣୁଜନିତ ସଂକ୍ରମଣରୁ ନିଜକୁ ଏପରି ଭାବେ ରକ୍ଷା କରନ୍ତୁ

ଆମେ ଅନେକ ସମୟରେ ଭୂତାଣୁଜନିତ ସଂକ୍ରମଣର ଶିକାର ହୋଇଥାଉ। ଏଥିରୁ ରକ୍ଷା ପାଇବାଲାଗି ଆପଣାଇ ପାରନ୍ତି ଏହି ସବୁ ଉପାୟ
– ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ ।

– ଫଳ ଏବଂ ପରିବା ଖାଇବା ପୂର୍ବରୁ ତା’କୁ ଭଲରେ ଧୋଇ ଦିଅନ୍ତୁ ।

– ଯେଉଁଥିରେ ଭିଟାମିନ୍‌ ବି ଏବଂ ସି ଥାଏ, ତାକୁ ଗ୍ରହଣ କରନ୍ତୁ ।

– ଭିଡ ହୋଇଥିବା ଜାଗାକୁ ଯାଆନ୍ତୁ ନାହିଁ, କାହିଁକିନା ସେଠାରେ ଭାଇରାଲ ସଂକ୍ରମଣ ହେବାରେ ସମ୍ଭାବନା ଅଛି ।

– ନିଜର କପଡା ଓ ପ୍ରସାଧାନ ସାମଗ୍ରୀକୁ କାହା ସହିତ ସେୟାର କରନ୍ତୁ ନାହିଁ ।

-ପ୍ରତ୍ୟେକ ଦିନ ୧୦-୧୨ ଗ୍ଲାସ୍‌ ପାଣି ପିଅନ୍ତୁ ।

-ଏହି ସମୟରେ କୌଣସି ଗରିଷ୍ଠ ଆହାର ଖାଆନ୍ତୁ ନାହିଁ ।

– ସାଧାରଣ ଥଣ୍ଡାକୁ ନିଜର ପ୍ରତିରକ୍ଷା ପ୍ରଣାଳୀ ଭଲ କରିଥାଏ ।

– ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଧ୍ୟାନ ରଖିବା ଉଚିତ୍‌ । ଜୋତାକୁ ବାହାରେ ରଖିକି ଘରକୁ ଆସିବା ଉଚିତ୍‌ । ଘରର ଜିନିଷକୁ ଛୁଇଁବା ପୂର୍ବରୁ ହାତ ଧୋଇ ଛୁଅଁନ୍ତୁ ।

– ଭୂତାଣୁ ସଂକ୍ରମଣ ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ । ଖାଦ୍ୟକୁ ଭଲରେ ଚୋବାଇ ଖାଆନ୍ତୁ ।

ସମ୍ବନ୍ଧିତ ଖବର