ତୁଳସୀ ପତ୍ରର ଗୁଣ ଅନେକ; ଜ୍ୱର,ଥଣ୍ଡା,ମୁଣ୍ଡବିନ୍ଧା ଓ ଆଖିପୋଡ଼ାରୁ ରକ୍ଷା କରେ

ତୁଳସୀ ଦୁଇ ପତ୍ରରୁ ବାସେ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ। ଏହି ରୁଢ଼ିଟିରୁ ତୁଳସୀପତ୍ରର ମହାତ୍ମ୍ୟ ସମ୍ବନ୍ଧରେ ଜାଣି ହୋଇଥାଏ। ତୁଳସୀ ଗଛରେ ଅନେକ ଓଷଧୀୟ ଗୁଣ ଭରି ହୋଇ ରହିଥାଏ।
: ଉପକାରୀ ଗୁଣରେ ଭରପୁର ତୁଳସୀ ରସରେ ଥାଇମୋଲ ତତ୍ତ୍ୱ ରହିଥାଏ,ଯାହା ତ୍ୱାଚାର ରଙ୍ଗରେ ପରିବର୍ତ୍ତନ ଆଣିଥାଏ। ତୁଳସୀପତ୍ରର ରସରେ ସଠିକ୍‌ ମାତ୍ରାରେ ଲେମ୍ବୁ ରସ ମିଶାଇ ରାତିରେ ଲଗାଇଲେ ମୁହଁର କଳାଦାଗ ଦୂର ହୋଇଥାଏ।
: ତ୍ୱଚା ଜନିତ ସମସ୍ୟା ଓ କୁଣ୍ଡିଆ ରୋଗ ପାଇଁ ତୁଳସୀପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀରର ପ୍ରଭାବିତ ସ୍ଥାନରେ ଏହାକୁ ଲଗାଇଲେ କିଛି ଦିନ ମଧ୍ୟରେ ଏହି ରୋଗ ଦୂର ହୋଇଥାଏ।

NDTV Food

: ତୁଳସୀ କାଢ଼ା ଜ୍ୱରକୁ ମଧ୍ୟ ଭଲ କରିବାର କ୍ଷମତା ରଖିିଥାଏ। ତୁଳସୀପତ୍ରର ରସ, ଅଦା ଓ ମହୁ ମିଶାଇ ଖାଇଲେ ଥଣ୍ଡା ଓ ଜ୍ୱରରୁ ଆରାମ ମିଳିଥାଏ।
: ବର୍ଷାଋତୁରେ ହେଉଥିବା ଭାଇରାଲ୍‌ ଜ୍ୱର ଠାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ପାଞ୍ଚଟି ତୁଳସୀପତ୍ର ଖାଇଲେ ଏଥିରୁ ମୁକ୍ତି ମିଳିଥାଏ।
: ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଗୋଟିଏ ଚାମଚ ଲେଖାଁଏ ତୁଳସୀ ରସ ପିଇଲେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ।
: ଚକ୍ଷୁ ଜନିତ ସମସ୍ୟା ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ ହୋଇଥାଏ। ଆଖିରେ ଯନ୍ତ୍ରଣା, ଆଖି ଜଳିବା ଏସବୁରୁ ଆରାମ ଦେଇଥାଏ ତୁଳସୀପତ୍ରର ରସ।

ସମ୍ବନ୍ଧିତ ଖବର