ମୂତ୍ର ସଂକ୍ରମଣର ଶିକାର ହୋଇଛନ୍ତି ବୋଲି କେମିତି ଜାଣିବେ , ଏଥିରୁ ରକ୍ଷାପାଇବାକୁ ଚାହାଁନ୍ତି ତ କରନ୍ତୁ ଏହି ଉପାୟ !

0 2,063

ମୂତ୍ର ସଂକ୍ରମଣର ଶିକାର ହୋଇଛନ୍ତି ବୋଲି କେମିତି ଜାଣିବେ , କେମିତି
ପରିସ୍ରା ସମୟରେ ଯନ୍ତ୍ରଣା ଅନୁଭବ କରିବା ବା ଜ୍ୱଳନ ହେବା ବାପରିସ୍ରା ପାଇଁ ଅଧିକ ସମୟ ଲାଗିବା ହେଉଛି ମୂତ୍ର ସଂକ୍ରମଣର ଲକ୍ଷଣ। ବାରମ୍ବାର ପରିସ୍ରା ମାଡ଼ିବା ଓ ପରିସ୍ରାରୁ ଦୁର୍ଗନ୍ଧ ବାହାରିବା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ତଳିପେଟରେ ଯନ୍ତ୍ରଣା ଅନୁଭୂତ ହେବା ହାଲୁକା ଜର ଆସିବାକୁ ବି ମୂତ୍ର ସଂକ୍ରମଣର ଲକ୍ଷଣ ବୋଲି କୁହାଯାଇଥାଏ। ବେଳେବେଳେ ମୂତ୍ର ସଂକ୍ରମଣ ହେଲେ ପରିସ୍ରାରୁ ରକ୍ତ ବାହାରିବାର ମଧ୍ୟ ଲକ୍ଷଣ ଦେଖାଯାଇଥାଏ।
ମୂତ୍ର ସଂକ୍ରମଣରୁ ରକ୍ଷା ପାଇବା ଲାଗି କରନ୍ତୁ ଏହି ଉପାୟ:-

Panda Mobile only


୧-ପ୍ରଥମତଃ ମୂତ୍ର ସଂକ୍ରମଣର ଶିକାର ହୋଇଥିଲେ,ଜଳ ଓ ତରଳପଦାର୍ଥ ସେବନ କରିବା ଆବଶ୍ୟକ।ଏଣୁ ପ୍ରଚୁର ପରିମାଣରେ ଜଳ ପିଅନ୍ତୁ।ପ୍ରତ୍ୟହ ୧୦ରୁ ୧୨ ଗ୍ଲାସ ପାଣି ପିଅନ୍ତୁ।
୨- ପରିସ୍ରା ମାଡ଼ୁଥିଲେ ଆଦୌ ଅଟକାନ୍ତୁ ନାହିଁ।
୩-ସର୍ବଦା ବଟନ୍‌ ଫେବ୍ରିକ୍‌ର ଅଣ୍ଡରଗାର୍ମେଣ୍ଟ୍‌ ପରିଧାନ କରନ୍ତୁ।
୪-ଖାଦ୍ୟ ପାନୀୟରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ଭୁଲନ୍ତୁ ନାହିଁ।
୫-ସବୁଠୁଁ ବଡ଼ କଥା ହେଲା ଜନନାଙ୍ଗର ସ୍ୱଚ୍ଛତା ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ।
୬-ଗୁପ୍ତାଙ୍ଗ ଲାଲ ରଙ୍ଗ ପଡ଼ିବା, ସେଥିରେ ଜଳାପୋଡ଼ା ହେବା ଆଦି ହେଲେ ତା’ର ଉପଯୁକ୍ତ ଚିକିତ୍ସା କରିବାକୁ ଭୁଲନ୍ତୁ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.