ବୟସ ପୂର୍ବରୁ ଧଳା ହୋଇଯାଉଥିବା କେଶକୁ କଳା କରିବା ପାଇଁ ପିଅନ୍ତୁ ଘରୋଇ ଉପାୟରେ ପ୍ରସ୍ତୁତ ଏହି ଚମତ୍କାରୀ ପାନୀୟ

ଯଦି ଆପଣଙ୍କ କେଶ ବୟସ ପୂର୍ବରୁ ଧଳା ହୋଇଯାଉଛି ଓ ଆପଣ ପୁଣି କଳା କରିବା ପାଇଁ ଚାହୁଁଛନ୍ତି, ତା’ହେଲେ ଘରୋଇ ଉପାୟରେ କେଶକୁ ଏମିତି କରିପାରିବେ ପୁଣି କଳା। ଥରେ ପରୀକ୍ଷା କରି ଦେଖନ୍ତୁ ନା! ଜାଣନ୍ତୁ କେମିତି ତିଆରି କରିବେ ଏହି ଚମତ୍କାରୀ ପାନୀୟ।

କେଉଁ କେଉଁ ସାମଗ୍ରୀ ଦରକାର: ଧଳା କେଶକୁ କଳା କରିବା ପାଇଁ ଆପଣଙ୍କ ରୋଷେଇ ଘରେ ଥିବା କିଛି ସାମଗ୍ରୀ କେବଳ ଦରକାର – ଏକ କପ ଅଡସୀ ତେଲ, ୫ଟି ଲେମ୍ବୁ, ୫ଟି ରସୁଣ ଓ ଏକ କପ ମହୁ।

କେମିତି ତିଆରି କରିବେ: ଲେମ୍ବୁର ଚୋପାକୁ ବାହାର ନ କରି ଅନ୍ୟ ସବୁ ସାମଗ୍ରୀ ସହ ମିଶାଇ ଏକ ପେଷ୍ଟ୍‍ ତିଆରି କରନ୍ତୁ ଓ ଏକ କାଚ ଜାର୍‌ରେ ରଖି ଦିଅନ୍ତୁ।

କେମିତି କରିବେ ବ୍ୟବହାର: ଅତି କମ୍‌ରେ ଦିନକୁ ୩ ଥର ଖାଇବା ପୂର୍ବରୁ ଏହାକୁ ଏକ ଚାମଚ ଲେଖାଏଁ ଖାଆନ୍ତୁ। ତିନି ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରଖନ୍ତୁ।

ଦେଖନ୍ତୁ କେମିତି କାର୍ଯ୍ୟ କରୁଛି ଏହି ଚମତ୍କାରୀ ପାନୀୟ: ଏହାକୁ ବ୍ୟବହାର କରିଥିବା (ବ୍ୟୁଟି ବ୍ଲଗର୍ସ୍‌) ଲୋକମାନଙ୍କ କହିବା ଅନୁସାରେ – ଏହାର ବ୍ୟବହାର ଦ୍ୱାରା କେଶ ମଜବୁତ୍‌ ହୁଏ ଓ କେଶର ପ୍ରାକୃତିକ ରଙ୍ଗ ପୁଣି ଫେରି ଆସିଥାଏ। ଏହା ସହ ଦୃଷ୍ଟିଶକ୍ତିକୁ ମଧ୍ୟ ତେଜ୍‌ କରିଥାଏ।

ସମ୍ବନ୍ଧିତ ଖବର