ଅଧିକ ସମୟ ଏସିରେ ରହିବା ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟପାଇଁ କ୍ଷତିକାରକ!

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ, ଉଭୟ ପାଇଁ ବାତାନୁକୂଳ ପରିବେଶ ସୃଷ୍ଟି କରାଉଥିବା ଯନ୍ତ୍ର ଏଆର୍ର କନ୍ଡିସନର୍ତ ବା ସ˚କ୍ଷେପରେ ଏସି କ୍ଷତିକାରକ। ତାପମାତ୍ରା ବଢ଼ିଲେ ଆଜିକାଲି ଅନେକ ଏସି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଏହା ଦ୍ବାରା ଗରମରୁ ମୁକ୍ତି ମିଳୁଥିଲେ ହେଁ କେତେକ ସ୍ବାସ୍ଥ୍ୟ ସ˚ପର୍କିତ ସମସ୍ୟା ସୃଷ୍ଟି ହୁଏ। ପ୍ରଥମ, ଏସି ଚାଲୁଥିବା ପ୍ରକୋଷ୍ଠରେ ଅଧିକ ସମୟ ରହିଲେ, ତାଜା ପବନ ମିଳେନାହିଁ। ଆଉ ଏ ଭଳି ଆବଦ୍ଧ କୋଠରିରେ ଅଧିକ ସମୟ ରହିବା ସ୍ବାସ୍ଥ୍ୟ ପାଇଁ ହାନିକାରକ।

ଏସିର ଡକ୍ଟ ନିୟମିତ ବ୍ୟବଧାନରେ ସଫାକରାଯାଉ ନ ଥିଲେ ବିପଦ ବଢ଼ିଥାଏ। ଏହା ଶ୍ବାସକ୍ରିୟା ଜନିତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା, ଜୀବାଣୁ ସ˚କ୍ରମଣ ଆଦି କରାଇପାରେ। ଯେଉଁମାନେ ଅଧିକ ସମୟ ଏସି ବ୍ୟବହାର କରନ୍ତି, ସେମାନେ ଶୀଘ୍ର କ୍ଳାନ୍ତି ଅନୁଭବ କରନ୍ତି। ପୁଣି, ଆବଶ୍ୟକତାଠାରୁ ଅଧିକ ଥଣ୍ତା ମୁଣ୍ତ-ବିନ୍ଧା, ପିଠି-ଦରଜ, ଗଣ୍ଠି-ଯନ୍ତ୍ରଣାର କାରଣ ବନିପାରେ।

photo-amarujala

ଏସି ତ୍ବଚା ଓ କେଶର ପ୍ରାକୃତିକ ଆର୍ଦ୍ରତା ଶୋଷିନିଏ; ଫଳରେ ସ୍ଥାୟୀ ରୁକ୍ଷତା ଦେଖାଦିଏ। ତେଣୁ, ନିହାତି ଆବଶ୍ୟକ ନ ଥିଲେ ଏସି ବ୍ୟବହାର କରନ୍ତୁନାହିଁ। ତାପମାତ୍ରା ଠିକ୍ ଯେତିକି ଦରକାର, ସେତିକି ରଖନ୍ତୁ। ପ୍ରତ୍ୟେକ ଦିନ ଏସି ବ୍ୟବହାର କରୁଥିଲେ, ସାରା ଶରୀରରେ ନିଶ୍ଚିତ ଭାବେ ମଏସ୍ଚରାଇଜର୍ା ଲଗାନ୍ତୁ।
-ଡ. ହରି ପ୍ରସାଦ ପଟ୍ଟନାୟକ (କାଟୋ)
ଫୋନ୍- ୯୪୩୭୦୭୭୭୪୫

ସମ୍ବନ୍ଧିତ ଖବର