ମଧୁମେହ ରୋଗୀମାନଙ୍କ ପାଇଁ ‘ଭିଟାମିନ୍‌-ଡ଼ି’ ଜରୁରୀ କାହିଁକି ?

0 693

ମଧୁମେହ ରୋଗୀମାନେ ରୋଗର ଉପଚାର ଲାଗି ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥା’ନ୍ତି। କେହି ନାନାରକମର ଔଷଧ ସେବନ କରିଥାଆନ୍ତି ତ ପୁଣି କେହି ପ୍ରକୃତ ଚିକିତ୍ସା ପଦ୍ଧିତିକୁ ଆପଣାଇଥାନ୍ତି।
ତେବେ କମ୍‌ ଲୋକ ଜାଣନ୍ତି ଯେ,ମଧୁମେହ କୁ ନିୟନ୍ତ୍ରଣରେ ରଖିବା ପାଇଁ ଭିଟାମିନ୍‌-ଡ଼ି ଜରୁରୀ। ଭିଟାମିନ୍‌-ଡ଼ି ର ସବୁଠାରୁ ଉତ୍ତମ ସ୍ରୋତ ହେଲା ଖରା ବା ସୂର୍ଯ୍ୟକିରଣ।ଏବେ ଆସନ୍ତୁ ଜାଣିବା ଭିଟାମିନ୍‌-ଡ଼ି ଗ୍ରହଣ କଲେ ମଧୁମେହ ରୋଗୀମାନଙ୍କୁ କି ଫାଇଦା ମିଳିଥାଏ?….

୧- ମଧୁମେହ ରୋଗୀମାନେ ଭିଟାମିନ୍‌-ଡ଼ି ନେଲେ,ଏହା ନିୟନ୍ତ୍ରଣ ଭିତରେ ରହିଥାଏ। ଏହାର ବଢ଼ିବା ଆଶଙ୍କା କମିଯାଏ।
୨-ରକ୍ତରେ ଭିଟାମିନ୍‌-ଡ଼ି ରହିଲେ ମଧୁମେହ ରୋଗ ହେବାର ଆଶଙ୍କା ୨୪ ପ୍ରତିଶତ ହ୍ରାସ ପାଇଥାଏ।
୩-ଭିଟାମିନ୍‌ -ଡ଼ି ହେତୁ ରୋଗୀମାନଙ୍କର ବ୍ଲଡ୍‌ସୁଗାରର ସ୍ତର ନିୟନ୍ତ୍ରିିତ ରହିଥାଏ।
୪-ଭିଟାମିନ୍‌-ଡ଼ି ସେବନ ଫଳରେ ମଧୁମେହ ରୋଗ ବ୍ୟତୀତ ହୃଦ୍‌ରୋଗ ଓ ରକ୍ତଚାପ ଭଳି ରୋଗରୁ ମଧ୍ୟ ସୁରକ୍ଷା ମିଳିଥାଏ।


୫-ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ,ଯେଉଁମାନେ ନିୟମିତ ରୂପେ ଭିଟାମିନ୍‌-ଡ଼ି ଗ୍ରହଣ କରନ୍ତି, ସେମାନଙ୍କଠାରେ ମଧୁମେହ ରୋଗ ହେବାର ଆଶଙ୍କା ଖୁବ୍‌ କମ୍‌।
୬-ଭିଟାମିନ୍‌-ଡ଼ି ସେବନ କଲେ ରକ୍ତହୀନତା,ଶାରୀରିକ ଦୁର୍ବଳତା ,ଥଣ୍ଡା ସର୍ଦ୍ଦି ରୋଗର ଆଶଙ୍କା ନଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.